fbpx

କାଳିଆ ଯୋଜନାରେ ହିତାଧିକାରୀଙ୍କୁ ଟଙ୍କା ଫେରାଇବା ନେଇ ମେସେଜ ପଠାଯାଇଥିବା ପ୍ରସଙ୍ଗରେ କଣ କହିଲେ କୃଷି ସଚିବ?

ଭୁବନେଶ୍ୱର, ୨୪ା୭(ଓଡ଼ିଶା ଭାସ୍କର): କୃଷକଙ୍କ ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଥିଲେ । ସେହି କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଟଙ୍କା ଫେରାଇବା ନେଇ ମେସେଜ ପଠାଯାଇଥିବା ନେଇ ସୂଚନା ମିଳିଥିଲା । ତେଣୁ ଆଜି ଏହି ପ୍ରସଙ୍ଗରେ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଅଯୋଗ୍ୟ ହିତାଧିକାରୀଙ୍କ ପାଖକୁ ମେସେଜ ପଠାଯାଉଛି । ଯେଉଁମାନେ ଏହି ଯୋଜନା ପାଇଁ ଅଯୋଗ୍ୟ ଓ ଟଙ୍କା ନେଇଥିଲେ, ସେମାନଙ୍କ ପାଖକୁ ମେସେଜ ଯାଉଛି । ମେସେଜ ପଠାଯିବା ପରେ ବହୁ ଅଯୋଗ୍ୟ ହିତାଧିକାରୀ ଟଙ୍କା ମଧ୍ୟ ଫେରାଇସାରିଲେଣି । ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିବା ସହ ଆଗକୁ କାଳିଆ ଯୋଜନା ଚାଲୁ ରହିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.