fbpx

ବେଲବାହାଳିରେ ଝଲସୁଛି କାଳୀପୂଜା

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବେଲବାହାଳି ଗ୍ରାମରେ ଦୀର୍ଘ ୫୧ ବର୍ଷଧରି ବହୁ ଧୁମଧାମରେ ପାଳିତ ହୋଇଆସୁଛଇ କାଳୀପୂଜା । ସାସ୍କୃତିକ କାର୍ଯ୍ୟକ୍ରମ ସହ ମିନାବଜାର ମୀନାବଜାରର ଆସର ମଧ୍ୟ ଆୟୋଜନ କରାଯାଇଥାଏ । ଚଳିତବର୍ଷ କରୋନା କଟକଣା ମଧ୍ୟରେ ପାଳନ କରାଯାଉଛି କାଳୀପୂଜା ।

କୋଭିଡ କଟକଣାକୁ ଧ୍ୟାନ ଦେବା ସହ ଅଳ୍ପ କିଛି ଦୋକାନ ସହ ମିନା ବଜାର ବସାଯାଇଛି । କମିଟି ପକ୍ଷରୁ ସମସ୍ତଙ୍କୁ ମାସ୍କ ସାନିଟାଇଜର ଯୋଗାଇ ଦିଆଯାଇଛି । କମିଟି ପକ୍ଷରୁ ସମସ୍ତ ଶାନ୍ତି ଶୃଙ୍ଖଳା ବ୍ୟବସ୍ତା କରାଯାଇଛି । ପ୍ରତିଦିନ ସନ୍ଧ୍ୟାରେ ଲାଇଟ୍ ଗେଟ ସହ ଭଜନକୀର୍ତ୍ତନ ଆୟୋଜିତ କରାଯାଇଛି । ଆସନ୍ତା ନଭେମ୍ବର ମାସ ୧୨ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ ୫ଦିନଧରି ତୁଳସୀ ଗଣନାଟ୍ୟ ବେଲବାହାଳି କାଳୀପୂଜା ଉପଲକ୍ଷେ ନୃତ୍ୟ ପରିବେଷଣ କରିବ ଏଥିରେ ସମସ୍ତ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟକ୍ରମ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.