fbpx

କଟକଣାରେ ହେବ କାଳୀପୂଜା:ଡିସିପି

କଟକ,୯ ।୧୧(ଓଡିଶା ଭାସ୍କର):କଟକରେ ଦୁର୍ଗା ପୂଜା ଭଳି କାଳୀ ପୂଜା ଆୟୋଜିତ ହେବ । କଟକରେ କାଳୀ ପୂଜାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ । ସେ କହିଛନ୍ତି ଯେ, ‘ପୂଜା ବେଳେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୫୦ ଅଫିସର ମୁତୟନ ହେବେ । ୧୧ଟି ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ ହେବ । ଦୀପାବଳୀରେ ବାଣ ଫୁଟାରେ କଟକଣା ଲାଗିଥିବାରୁ ସ୍ୱତନ୍ତ୍ର ଡ୍ରାଇଭ ବ୍ୟବସ୍ଥା କରାଯାଇଛି । ପୋଲିସ ପାଟ୍ରୋଲିଂ ସହ ବିଭିନ୍ନ ସ୍ଥାନରେ ଏଡ୍ ପୋଷ୍ଟ ହେବ । ଏସଆରସିଙ୍କ ଗାଇଡଲାଇନ୍ ଅନୁଯାୟୀ ପୂଜା ହେବ ।’

Get real time updates directly on you device, subscribe now.