fbpx

Kalki 2898 AD ବିଶ୍ଵବ୍ୟାପୀ ରୋଜଗାର କଲା ୯୦୦ କୋଟି, ଆମିର ଖାନଙ୍କ ଏହି ବ୍ଲକବଷ୍ଟର ଫିଲ୍ମର ଭାଙ୍ଗିଲା ରେକର୍ଡ

ନୂଆଦିଲ୍ଲୀ: Kalki 2898 AD  କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଦର୍ଶକଙ୍କ ମନକୁ ମୋହିଛି । ଏହି ଫିଲ୍ମ ଲୋକଙ୍କୁ ବହୁତ ପସନ୍ଦ ଆସିଛି । ଏହି କାରଣରୁ ରିଲିଜର ୧୨ ଦିନ ପରେ ବି Kalki 2898 AD ର ବକ୍ସ ଅଫିସରେ ଦମଦାର କଲେକ୍ସନ ଜାରି ରହିଛି ଏବଂ ବର୍ତ୍ତମାନ ଫିଲ୍ମ ବିଶ୍ଵବ୍ୟାପୀ ୯୦୦ କୋଟି କ୍ଲବର ଅଂଶଗ୍ରହଣ କରିଛି ।

ପ୍ରଭାସ ଷ୍ଟାରଙ୍କ ଫିଲ୍ମ Kalki 2898 AD ୨୭ ଜୁନରେ ସିନେମା ହଲରେ ରିଲିଜ ହୋଇଥିଲା ଏବଂ ପ୍ରତିଦିନ ଏହା କିଚି ନା କିଛି ରେକର୍ଡ ଭାଙ୍ଗୁଛି । ବର୍ତ୍ତମାନ ୧୧ ଦିନରେ ଫିଲ୍ମ ବିଶ୍ୱବ୍ୟାପୀ ବକ୍ସ ଅଫିସରେ ୯୦୦ କୋଟି ଟଙ୍କାରୁ ଅଧିକ କଲେକ୍ସନ କରିଛି । ଏହି ସୂଚନା ନିଜେ ଫିଲ୍ମର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦିଆଯାଇଛି ।Kalki 2898 AD ର ମେକର୍ସ ଫିଲ୍ମର ଏକ ପୋଷ୍ଟର ସେୟାର କରିଛନ୍ତି ଏବଂ ଲେଖିଛନ୍ତି ଯେ, ‘ମୁଭିଙ୍ଗ ଟୁୱାର୍ଡସ ଏ ମାଜିକାଲ ମଇଲଷ୍ଟୋନ’ ।

Kalki 2898 AD ଏପର୍ଯ୍ୟନ୍ତ ୱାର୍ଲଡୱାଇଡ କଲେକ୍ସନରେ ବାହୁବଲୀ, ସଲାର ଏବଂ ଗଦର ୨ ବଳି ଫିଲ୍ମର ରେକର୍ଡ ଭାଙ୍ଗିସାରିବା ପରେ ବର୍ତ୍ତମାନ ଆମିର ଖାନଙ୍କ ବ୍ଲକବଷ୍ଟର ଫିଲ୍ମର ରେକର୍ଡକୁ ଭାଙ୍ଗିଛନ୍ତି । ଦଶ ବର୍ଷ ପୂର୍ବରୁ ୨୦୧୪ରେ ଆସିଥିବା ଆମିର ଖାନଙ୍କ ଫିଲ୍ମ ପିକେ ଅଲ ଟାଇମ ବ୍ଲକବଷ୍ଟର ଫିଲ୍ମ ରହିଛି । ପିକେ ବକ୍ସ ଅଫିସରେ ୭୯୨ କୋଟି ଟଙ୍କାର ଦମଦାର କଲେକ୍ସନ କରିଥିଲା । ସେହିପରି Kalki 2898 AD୯୦୦ କୋଟି ଟଙ୍କା ରୋଜଗାର କରି ପିକେକୁ ପଛରେ ପକାଇଛି ।

 

Get real time updates directly on you device, subscribe now.