fbpx

ଅର୍ଥନୈତିକ ସର୍ଭେ ରିପୋର୍ଟରେ ଓଡ଼ିଶା ପ୍ରସଙ୍ଗ: ଜାଣନ୍ତୁ ମସଲା ସଂଗ୍ରହରେ କିପରି ସାହାଯ୍ୟ କରୁଛି କନ୍ଧମାଳ ହଳଦୀ

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଉପସ୍ଥାପନା କରିଛନ୍ତି । ଏହି ରିପୋର୍ଟରେ ଓଡ଼ିଶାର କିଛି ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଛି । ଏହି ରିପୋର୍ଟରେ ଓଡିଓପିର ୫ଟି ସଫଳ କାହାଣୀକୁ ଦର୍ଶାଯାଇ କୁହାଯାଇଛି ଯେ, କନ୍ଧମାଳ ଜିଲ୍ଲାର ୫ ହଜାର ପ୍ରଶିକ୍ଷିତ କର୍ମୀ ୧୩ ଶହ ଚାଷୀଙ୍କ ସହ ଏକତ୍ରିତ ହୋଇ ହଳଦୀକୁ ଘରୋଇ ଓ ଆନ୍ତର୍ଜାତିକ ବଜାରରେ ମାର୍କେଟିଂ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସରକାରଙ୍କ ଦ୍ୱାରା ମସଲାର ସଂଗ୍ରହ ୭୦ ପ୍ରତିଶତ ବୃଦ୍ଧି ପାଇଛି । ସେହିଭଳି କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ ଶିଳ୍ପ କରିଡର୍ କାର୍ଯ୍ୟକ୍ରମରେ ଦେଶରେ ୧୧ଟି ଶିଳ୍ପ କରିଡର ବିକଶିତ କରାଯାଉଛି । ଏଥିରେ ଓଡ଼ିଶାର ଅର୍ଥନୈତିକ କରିଡର ମଧ୍ୟ ସାମିଲ ହୋଇଛି ।

ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ମହିଳା ଓ ଶିଶୁଙ୍କ ପୋଷଣ ସୁରକ୍ଷାକୁ ନେଇ ରିପୋର୍ଟରେ ଯେଉଁ ତଥ୍ୟ ଉପସ୍ଥାପନ କରାଯାଇଛି ସେଥିରେ ଓଡ଼ିଶାର ଉଦାହରଣ ଦିଆଯାଇଛି । ଓଡ଼ିଶାରେ କୁପୋଷଣ ବିରୋଧୀ ଲଢେଇରେ ପଞ୍ଚାୟତ ଓ ମହିଳା ସମୂହଙ୍କ ସହଭାଗୀତା ମଧ୍ୟ ସଫଳତା ହାସଲ କରିଛି । ଓଡ଼ିଶାର ଗ୍ରାମୀଣ ସ୍ତରରେ ଯାଞ୍ଚ କମିଟି ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ଭୋଜନର ଗୁଣାବତ୍ତାକୁ ସୁନିଶ୍ଚିତ କରୁଥିବା ବେଳେ ଯାଞ୍ଚ କମିଟି ଦୁଗ୍ଧପାନ କାର୍ଯ୍ୟକ୍ରମର ଗୁଣାବତ୍ତା ଓ ମାତ୍ରାର ତଦାରଖ କରିଥାଏ । ଏହିସବୁ କଥା ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.