fbpx

ଭାରତ ବିପକ୍ଷ ସିରିଜରୁ ଓହରିଗଲେ ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ୍; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଳୀ: ଭାରତ ବିପକ୍ଷ ଟି-୨୦ ସିରିଜରୁ ଓହରି ଯାଇଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ୍ । ଭାରତ ସହିତ ନ୍ୟୁଜିଲାଣ୍ଡ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଆସନ୍ତା ବୁଧବାର ଭାରତ ବିପକ୍ଷରେ ଟି-୨୦ ସିରିଜ ଜୟପୁରରେ ଆରମ୍ଭ ହେବ । ପୂର୍ବରୁ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ ଡେଭନ କନୱେ ଓହରି ଯାଇଥିବା ବେଳେ ଗୋଟିଏ ଦିନ ପୂର୍ବରୁ ୱିଲିୟମସନଙ୍କ ଓହରିବା ଦ୍ୱାରା ଭ୍ରମଣକାରୀ ଦଳକୁ ଶକ୍ତ ଧକ୍କା ଲାଗିଛି । ତେବେ କୌଣସି ଆଘାତ ସମସ୍ୟା ପାଇଁ ଓହରି ନାହାନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ ।

ନଭେମ୍ବର ୨୫ରୁ ଭାରତ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି । ଟେଷ୍ଟ ସିରିଜ୍ ପ୍ରସ୍ତୁତି ପାଇଁ ଟି-୨୦ ମୁକାବିଲାରୁ ଓହରିଥିବା ନେଇ ସୂଚନା ଦେଇଛନ୍ତି ୱିଲିୟମସନ୍ । ପୂର୍ବରୁ ଟେଷ୍ଟ ସିରିଜ୍ ପାଇଁ ରହିଥିବା ଦଳ ଜୟପୁରରେ ଅଭ୍ୟାସ କରୁଛି । ଜୟପୁରରେ ରହିଥିବା ଦଳ ସହିତ ଯୋଗ ଦେଇ ସେ ଅଭ୍ୟାସ ଆରମ୍ଭ କରିବେ ବୋଲି ଜଣାପଡିଛି । ୱିଲିୟମସନଙ୍କ ଅନୁପସ୍ଥିତିରେ ବରିଷ୍ଠ ପେସ ବୋଲର ଟିମ ସାଉଦି ଦଳର ନେତୃତ୍ୱ ନେବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.