fbpx

‘ଉସେ ଅଚ୍ଛେ ସେ ପତା ହୈ’….କଙ୍ଗନା ରନାୱତଙ୍କୁ ପ୍ରଶଂସା କଲେ ଚିରାଗ, କହିଲେ…..

‘ଉସେ ଅଚ୍ଛେ ସେ ପତା ହୈ’….କଙ୍ଗନା ରନାୱତଙ୍କୁ ପ୍ରଶଂସା କଲେ ଚିରାଗ, କହିଲେ…..
ଓଡିଶା ଭାସ୍କର: ଅଭିନେତ୍ରୀରୁ ବିଜେପିର ସାଂସଦ ସାଜିଥିବା କଙ୍ଗନା ରନାୱତ ଏବେ ଚର୍ଚ୍ଚାରେ ଛାଇ ଯାଇଛନ୍ତି । ସାଂସଦ ହେବା ପରେ କଙ୍ଗନା ଥାପଡ ଖାଇ ଚାରିଆଡେ ଖବରର ଶିରୋନାମାରେ ରହୁଥିଲେ । ପରେ ଅଭିନେତାରୁ ରାଜନେତା ହୋଇଥିବା ଲୋକ ଜନଶକ୍ତି ପାର୍ଟି ( ରାମବିଳାସ ) ର ସାଂସଦ ଚିରାଗ ପାସୱାନଙ୍କ ସହ ବିଶେଷ ବନ୍ଧୁତ୍ୱ ତାଙ୍କୁ ଆହୁରି ଘାଇଲା କରିଥିଲା । ଏବେ ଚିରାଗ କହିଛନ୍ତି ଯେ ତାଙ୍କୁ କଙ୍ଗନାଙ୍କ କାର୍ଯ୍ୟ ବେଶ୍ ପସନ୍ଦ ଆସେ । କେମିତିବା ନ ଆସିବ!

ଏକ ସାକ୍ଷାତକାରରେ ଚିରାଗ କହିଛନ୍ତି ଯେ , କଙ୍ଗନାଙ୍କୁ ସେ ଖୋଜୁଥିଲେ । ୨ ରୁ ୩ ବର୍ଷ ହେବ ସେ ବହୁତ ବ୍ୟସ୍ତ ଥିବାରୁ ଆମ ଭିତରେ ଦୂରତ୍ୱ ବଢିଯାଇଥିଲା ବୋଲି ମଧ୍ୟ ଚିରାଗ ଜଣାଇଛନ୍ତି । ‘କଙ୍ଗନା ଇଜ ଏ ଗୁଡ ଫ୍ରେଣ୍ଡ’ କହି ସେ ତାଙ୍କର ପ୍ରଶଂସା ମଧ୍ୟ କରିଥିଲେ ଚିରାଗ । ବଲିଉଡରେ କିଛି ମିଳୁ ନ ମିଳୁ କଙ୍ଗନା ନାମକ ଭଲ ବନ୍ଧୁଟିଏ ସେ ପାଇଥିଲେ ବୋଲି ଜଣାଇଛନ୍ତି । ଅନେକଥର କଙ୍ଗନା ରାଜନୈତିକ ଦୃଷ୍ଟିକୋଣରୁ ସଠିକ ହୋଇ ନ ପାରେ, ମାତ୍ର ସିଏ ଯାହା କୁହେ ରୋକଠୋକ କୁହେ । ଯାହା ତାଙ୍କୁ ବେଶ୍ ପସନ୍ଦ ଆସେ ବୋଲି ଚିରାଗ ଜଣାଇଛନ୍ତି । ସେଥିପାଇଁ ତାଙ୍କୁ ଚିରାଗ ପସନ୍ଦ କରନ୍ତି ବୋଲି ଜଣାଇଥିଲେ ।

Get real time updates directly on you device, subscribe now.