fbpx

ମା’ ଗାଳି ଦେବାରୁ ୯ ବର୍ଷର ଶିଶୁ ନେଲା ଭୟଙ୍କର ନିଷ୍ପତ୍ତି, ସ୍କୁଲ ଡ୍ରେସ୍ ଟାଇରେ ଫାଶୀ ଲଗାଇ ଆତ୍ମହତ୍ୟା

Advertisement

କାନପୁର:ଉତ୍ତରପ୍ରଦେଶ କାନପୁରରୁ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଆମ ସମସ୍ତଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିବ । ଏଠାରେ ତୃତୀୟ ଶ୍ରେଣୀରେ ପଢୁଥିବା ଏକ ୯ ବର୍ଷର ବାଳକ ସ୍କୁଲ ଟାଇକୁ ବ୍ୟବହାର କରି ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି । ପିଲାକୁ ତାର ମା’ ଖାଦ୍ୟ ଖାଇ ନ ଥିବାରୁ ଓ ସାଇକେଲ ଚଲାଇବାକୁ ନେଇ ଗାଳି କରିଥିବାରୁ ସେ ଏପରି ନିଷ୍ପତ୍ତି ନେଇଥିବା ଜଣାଯାଇଛି । ଏହି ଘଟଣା ପରେ ପିଲାର ପରିବାର ସହିତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

କାନପୁରର ଏହି ଘଟଣା ଏବେ ଆମ ସମସ୍ତଙ୍କୁ ଚିନ୍ତା କରିବା ଲାଗି ବାଧ୍ୟ କରିଛି । ତୃତୀୟ ଶ୍ରେଣୀରେ ପଢୁଥିବା ଏକ ଶିଶୁ ମାର ଗାଳି ଶୁଣି ନାରାଜ ହୋଇ କ’ଣ ଏପରି ଏକ ବଡ ନିଷ୍ପତ୍ତି ନେଇପାରେ । ତେଣୁ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଆଜିର ସମୟରେ ପ୍ୟାରେଣ୍ଟିଂ କିଭଳି ହେବା ଉଚିତ ।

ପିଲାକୁ ତାର ମା’ ଓ ଭାଇ ଖାଦ୍ୟ କାହିଁକି ଖାଇନୁ ଏବଂ ସାଇକେଲ ଚଳାଇବାକୁ ନେଇ ଗାଳି କରିଥିଲେ । ଏହି କଥାରେ ନାରାଜ ହୋଇ ଛୋଟ ପିଲାଟି ଏତେବଡ ନିଷ୍ପତ୍ତି ନେଇଛି । ମିଳିଥିବା ସୂଚନା ଅନୁସାରେ କାନପୁରର ନରୱଲ ଅଞ୍ଚଳରେ ରହୁଥିବା ସୁଶୀଲ କୁମାରଙ୍କ ୯ ବର୍ଷର ପୁଅ ତୃତୀୟ ଶ୍ରେଣୀରେ ପଢୁଥିଲା । ସେ ଦ୍ୱିପ୍ରହରରେ ଯେତେବେଳେ ସ୍କୁଲରୁ ଘରକୁ ଆସିଲା ସେତେବେଳେ ତାର ମା ତାକୁ ଖାଇବାକୁ ଦେଇଥିଲେ । ସେ କିନ୍ତୁ ଖାଦ୍ୟ ନ ଖାଇ ସାଇକେଲ ଧରି ଚଲାଇବାକୁ ବାହାରକୁ ଚାଲି ଯାଇଥିଲା । ଏହାକୁ ନେଇ ତା’ର ମା’ ତାକୁ ଗାଳି କରିଥିଲେ । ମା’ ଙ୍କ ଠାରୁ ଗାଳି ଶୁଣି ପିଲାଟି ନାରାଜ ହୋଇ ହୋଇ ଘରକୁ ଆସିଥିଲା । ଏହାପରେ ତାର ବଡ ଭାଇ ମଧ୍ୟ ତାକୁ ଗାଳି କରିଥିଲେ ।

ମା’ ଓ ବଡଭାଇଙ୍କ ଗାଳିକୁ ପିଲାଟି ନିଜର ଅପମାନ ଭାବି ରାତିରେ ଆଉ କିଛି ଖାଇ ନ ଥିଲା । ଏହାପରେ ରାତିରେ ଘରେ ସମସ୍ତେ ଶୋଇଯିବା ପରେ ସେ ଶୌଚାଳୟକୁ ଯାଇ ସ୍କୁଲ ଡ୍ରେସର ଟାଇରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା । କାନପୁରର ଏହି ଖବର ଏବେ ସମସ୍ତଙ୍କ ମନରେ ଭୟ ସଞ୍ଚାର କରିଛି । ଛୋଟ ପିଲାଙ୍କୁ ଆକଟ କରିବା ଲାଗି ବଡମାନେ ଗାଳି କରିଥାନ୍ତି, ମାଡ ଦେଇଥାନ୍ତି । କିନ୍ତୁ ଏତେ ଛୋଟ ବୟସରୁ ପିଲାମନରେ ଏପରି ଭୟଙ୍କର ନିଷ୍ପତ୍ତି ଆସିଲା କିପରି । ଅନ୍ୟପକ୍ଷରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ ଜାରି ରଖିଛି ।

 

Get real time updates directly on you device, subscribe now.