fbpx

କରମଣ୍ଡଳ ରେଳ ଦୁର୍ଘଟଣା : ପିଲାଙ୍କ ଜୀବନ ବଞ୍ଚାଇବା ପାଇଁ ରେଳରୁ ବାହାରକୁ ଫିଙ୍ଗି ଦେଲେ ମାଆ

ବାଲେଶ୍ୱର :କରମଣ୍ଡଳ ରେଳ ଦୁର୍ଘଟଣାରେ ୨୭୦ ଜଣରୁ ଅଧିକ ଲୋକ ଜୀବନ ହରାଇଛନ୍ତି । ୩ଟି ରେଳର ଧକ୍କାରେ କିଛି ସେକେଣ୍ଡ ଭିତରେ ଭୟଙ୍କର ଦୁର୍ଘଟଣା ଘଟିଯାଇଛି । ଏହାଭିତରେ ଜଣେ ମହିଳା ତାଙ୍କର ତିନି ଛୁଆର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । ନିଜର ବୁଦ୍ଧି ବ୍ୟବହାର କରି ସାଙ୍ଗେ ସାଙ୍ଗେ ନିଜ ଛୁଆ ଏବଂ ମୃତ୍ୟୁ ମଝିରେ ସୁରକ୍ଷାର କବଚ ଭାବେ ଛିଡ଼ା ହୋଇଥିଲେ ଏହି ମହିଳା ।

ରେଳ ଧକ୍କା ପରେ ବଗି ଗୁଡ଼ିକ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏହି ସମୟରେ ଏକ କ୍ଷତିଗ୍ରସ୍ତ ବଗୀର ଅଂଶ ତାଙ୍କ ଉପରେ ପଡ଼ିବାକୁ ଯାଉଥିବା ବେଳେ, ମାଆ ତାଙ୍କର ଉପସ୍ଥିତ ବୁଦ୍ଧି ପ୍ରଯୋଗ କରିଥିଲେ । ସେ ନିଜର ଦୁଇ ଝିଅ ଏବଂ ପୁଅକୁ ଝରକା ବାଟରେ ବାହାରକୁ ଫିଙ୍ଗି ଦେଇଥିଲେ । ଛୁଆ ମାନଙ୍କୁ ବଞ୍ଚାଇବା ପାଇଁ ସେ କିଛି ନଭାବି ବିଚାରୀ ଏହିଭଳି ପଦକ୍ଷେପ ନେଇଥିଲେ । ପ୍ରଥମେ କିଛି ସମୟ ପାଇଁ ସେ ଭାବିଥିଲେ ଯେ ଯଦି ସେ ନ ବଞ୍ଚନ୍ତି ତାଙ୍କ ଛୁଆଙ୍କୁ ଲୋକ ମାନେ ବଞ୍ଚାଇ ଦେବେ ।

ଦୁର୍ଘଟଣା ସମୟରେ ସ୍ୱାମୀ ଫସିଥିବା ସ୍ଥାନରୁ କିଛି ଦୂରରେ ଥିଲେ । ଏହି ଦୁର୍ଘଟଣାରେ ମହିଳା ଓ ତାଙ୍କ ସ୍ୱାମୀ ସାମାନ୍ୟ ଆହତ ହୋଇଥିଲେ । ମହିଳା ଜଣଙ୍କ ଉପସ୍ଥିତ ବୁଦ୍ଧି ବ୍ୟବହାର କରିଥିବାରୁ ସେ ତାଙ୍କ ପିଲାମାନଙ୍କୁ ବଞ୍ଚାଇପାରିଛନ୍ତି । ଏହି ଦୁର୍ଘଟଣା ପରେ ଦମ୍ପତି ଓ ଛୁଆ ମାନଙ୍କ ଜୀବନ ବଞ୍ଚିବା କୌଣସି ଚମତ୍କାରରୁ କମ୍ ନୁହେଁ ।

Get real time updates directly on you device, subscribe now.