fbpx

କରମଣ୍ଡଳ ଟ୍ରେନ ଦୁର୍ଘଟଣା: ୨୦୦ ଟପିଲା ମୃତ୍ୟୁସଂଖ୍ୟା, ଲାଗୁନି ବ୍ରେକ

ବାଲେଶ୍ୱର: ଭୟଙ୍କର କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୦୦ ଅତିକ୍ରମ କରିସାରିଛି । ଏହାପରେ ମଧ୍ୟ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗିନାହିଁ । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ବି ଦୁର୍ଘଟଣାସ୍ଥଳରୁ ଗୋଟି ପରେ ଗୋଟିଏ ମୃତଦେହ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଆଗକୁ ଏହି ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ହେବା ନେଇ ଆଶଙ୍କା କରାଯାଉଛି । ବର୍ତ୍ତମାନ ମିଳିଥିବା ସଦ୍ୟ ରିପୋର୍ଟ ଅନୁସାରେ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୦୭ରେ ପହଞ୍ଚିଛି ।

ତେବେ ଏହି କ୍ରମରେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ବାଲେଶ୍ୱର ଟ୍ରେନ ଦୁର୍ଘଟଣାକୁ ନେଇ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ମିଳିଥିବା ସଦ୍ୟ ରିପୋର୍ଟ ଅନୁଯାୟୀ ଦୁର୍ଘଟଣାରେ ପ୍ରାୟ ପ୍ରାୟ ୯୦୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହାସହିତ ପ୍ରାୟ ୨୦୭ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି । କରମଣ୍ଡଳ ଏକ୍ସପ୍ରେସ ଏବଂ ବେଙ୍ଗଲୁରୁ-ହାୱଡା ଟ୍ରେନ ଉଭୟ ମଧ୍ୟରେ ଦୁର୍ଘଟଣା ହେବାରୁ ଉଭୟ ଗାଡିର ପ୍ରାୟ ୧୭ଟି ବଗି ଲାଇନଚ୍ୟୁତ ହୋଇଛି । ଫଳରେ ଦୁଇଟି ଟ୍ରେନର ୯୦୦ରୁ ଅଧିକ ଯାତ୍ରୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Get real time updates directly on you device, subscribe now.