ଫିଲ୍ମ ପ୍ରେମୀଙ୍କ ପାଇଁ ଖୁସି ଖବର; ସିନେମା ଟିକେଟର ସର୍ବାଧିକ ମୂଲ୍ୟ ୨୦୦ ଟଙ୍କା ହେଲା ଧାର୍ଯ୍ୟ, ସରକାରଙ୍କ ବଡ଼ ନିଷ୍ପତ୍ତି
ସିନେମା ଟିକେଟର ସର୍ବାଧିକ ମୂଲ୍ୟ ୨୦୦ ଟଙ୍କା ଧାର୍ଯ୍ୟ କରାଗଲା
ନୂଆଦିଲ୍ଲୀ: ବର୍ତ୍ତମାନ ସିନେମା ଟିକେଟର ମୂଲ୍ୟ ଅଧିକ ରହୁଛି। ଏହାପରେ ବି ସିନେମା ପ୍ରେମୀ ଅଧିକ ଟଙ୍କା ଖର୍ଚ୍ଚ କରି ସିନେମା ଦେଖୁଛନ୍ତି। କିନ୍ତୁ କିଛି ସିନେମା ପ୍ରେମୀ ଏହାର ମୂଲ୍ୟ ଯୋଗୁଁ ଅସନ୍ତୁଷ୍ଟ ହେଉଛନ୍ତି।
ତେବେ ଏହାରି ମଧ୍ୟରେ କର୍ଣ୍ଣାଟକ ସରକାର କର୍ଣ୍ଣାଟକ ସିନେମା ନିୟମ, ୨୦୧୪ରେ ସଂଶୋଧନର ପ୍ରସ୍ତାବ ରଖିଛନ୍ତି। ଯେଉଁଥିରେ ମନୋରଞ୍ଜନ କର ସମେତ ସିନେମା ଟିକେଟର ସର୍ବାଧିକ ମୂଲ୍ୟ ୨୦୦ ଟଙ୍କା ପ୍ରତି ଶୋ ପିଛା ଲାଗୁ କରାଯିବ।
ଏହି ମୂଲ୍ୟ ସୀମା ରାଜ୍ୟର ସମସ୍ତ ସିନେମା ହଲ, ମଲ୍ଟିପ୍ଲେକ୍ସ ଏବଂ ସମସ୍ତ ଭାଷାର ଫିଲ୍ମରେ ଲାଗୁ ହେବ। କର୍ଣ୍ଣାଟକ ସିନେମା ନିୟମ, ୨୦୨୫ ଅନୁଯାୟୀ ଗୃହ ବିଭାଗ ଦ୍ୱାରା ଜାରି ଅଧିସୂଚନା ୧୫ ଜୁଲାଇରେ ଜାରି କରାଯାଇଥିବା ଏବଂ ପ୍ରକାଶନର ତାରିଖଠାରୁ ୧୫ ଦିନ ପର୍ଯ୍ୟନ୍ତ ଜନତାଙ୍କ ପ୍ରତିକ୍ରିୟା ପାଇଁ ଖୋଲାଯାଇଛି।
ପରାମର୍ଶ ଏବଂ ଅଭିଯୋଗ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ବିଧାନ ସୌଧଙ୍କ ନିକଟରେ ଦାଖଲ କରାଯାଇପାରିବ।
କାହିଁକି ନିଆଗଲା ଏହି ନିଷ୍ପତ୍ତି: ଟିକେଟର ମୂଲ୍ୟକୁ ନିୟନ୍ତ୍ରଣ କରିବା ଉପରେ ଚର୍ଚ୍ଚା ଅନେକ ବର୍ଷଧରି ଚାଲିଆସୁଛି, ହେଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ୨୦୨୫-୨୬ର ବଜେଟରେ ଏହି ପ୍ରତିବଦ୍ଧତାକୁ ଆଉଥରେ କହିଥିଲେ ଏବଂ ୨୦୦ ଟଙ୍କାର ସୀମା ସ୍ପଷ୍ଟ ଭାବେ କହିଥିଲେ।
ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ହେଉଛି ସହରୀ ମଲ୍ଟିପ୍ଲେକ୍ସରେ, ଅତ୍ୟଧିକ ଟିକେଟ ମୂଲ୍ୟ ଉପରେ ଆଙ୍କୁଶ ଲଗାଇବା ଏବଂ ସମାଜର ସମସ୍ତ ବର୍ଗଙ୍କ ପାଇଁ ସିନେମା ଟିକେଟ ମୂଲ୍ୟ ସମାନ ରଖିବାକୁ ସୁନିଶ୍ଚିତ କରିବା।