CHARIDHAM

ଆଜିଠୁ ଖୋଲିବ କରତାରପୁର ସାହିବ କରିଡର, ଶ୍ରୀ ଗୁରୁ ନାନକ ଦେବଜୀଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ଆଜିଠୁ ଖୋଲିବ କରତାରପୁର ସାହିବ କରିଡ଼ର। ଏନେଇ  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି । ଏହି ମହତ୍ୱପୂର୍ଣ୍ଣ ନିଷ୍ପତିରେ ବହୁ ସଂଖ୍ୟକ ଶିଖ୍‌ ତୀର୍ଥଯାତ୍ରୀ ଉପକୃତ ହେବେ ବୋଲି ସେ କହିଛନ୍ତି । ମଙ୍ଗଳବାର ଦିନ ଏକ ଟ୍ୱିଟ୍‌ରେ ଶାହା କହିଛନ୍ତି ଯେ, ଗୁରୁ ନାନକ ଦେବ ଜୀଙ୍କର ପ୍ରକାଶ ଉତ୍ସବ ନଭେମ୍ବର ୧୯ରେ ପାଳନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ କରତାରପୁର ସାହିବ କରିଡ଼ର ଖୋଲିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ସରକାରଙ୍କ ନିଷ୍ପତି ସମସ୍ତଙ୍କୁ ଖୁସି କରିଛି । ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତିରେ ବହୁ ସଂଖ୍ୟକ ଶିଖ୍‌ ତୀର୍ଥଯାତ୍ରୀ ଉପକୃତ ହେବେ ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ବୁଧବାର କରତାରପୁର ସାହିବ କରିଡ଼ର ଖୋଲିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି ଶ୍ରୀ ଗୁରୁ ନାନକ ଦେବଜୀ ଏବଂ ଶିଖ ସମ୍ପ୍ରଦାୟ ପ୍ରତି ମୋଦୀ ସରକାରଙ୍କ ଅପାର ଶ୍ରଦ୍ଧା ଦର୍ଶାଉଛି ।