Karwa Chauth 2024; କେତେବେଳ କରିବେ ଚାନ୍ଦପୂଜା, ଜାଣନ୍ତୁ ଶୁଭ ମୁହୂର୍ତ୍ତ

ନୂଆଦିଲ୍ଲୀ:ବିବାହିତ ମହିଳାମାନଙ୍କ ପାଇଁ କରବା ଚୌଥ ବେଶ୍ ମହତ୍ତ୍ବପୂର୍ଣ୍ଣ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ କାର୍ତ୍ତିକ ମାସର କୃଷ୍ଣପକ୍ଷର ଚତୁର୍ଥୀ ତିଥିରେ ପାଳନ କରାଯାଇଥାଏ ।  କରବା ଚୌଥକୁ କର୍କଟ ଚତୁର୍ଥୀ ବୋଲି କୁହାଯାଏ । ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ କରବା ଚୌଥରେ ବ୍ରତ ପାଳନ କରିଥାନ୍ତି । ଦୁଇଦିନ ବ୍ରତ ରହିଥିବା ବେଳେ ଆଜି ପାଳନ ହେବ କରବା ଚୌଥ ।

ରୀତିନୀତି ଅନୁସାରେ, ମହିଳାମାନେ କେବଳ ରାତିରେ ଚନ୍ଦ୍ର ଦେଖିବା ପରେ ଖାଦ୍ୟ ଖାଇଥାନ୍ତି । ଏହି ଉପବାସ ଅତ୍ୟନ୍ତ କଷ୍ଟକର ହୋଇଥାଏ । ସୂର୍ଯ୍ୟଦୋୟ ସମୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ବିନା ପାଣି ଆହରରେ ଉପବାସ କରିବାକୁ ପଡିଥାଏ । କରବା ଚୌଥ ବ୍ରତ ଆଜି ସକାଳ 6ଟା 46 ମିନିଟରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ସକାଳ 4ଟା 16ରେ ଶେଷ ହେବ । ସେହିପରି ପୂଜା ପାଇଁ ଦୁଇଟି ଶୁଭ ମୁହୂର୍ତ୍ତ ରହିଛି । ସକାଳ 11ଟା 43 ମିନିଟରୁ 12ଟା 28 ମିନିଟ ଏବଂ ଅପରାହ୍ନ 1ଟା 59 ମିନିଟରୁ 2ଟା 45 ମିନିଟ ପର୍ଯ୍ୟନ୍ତ ରହିଛି । ଚନ୍ଦ୍ରଦୋୟର ସମୟ ସନ୍ଧ୍ୟା 7ଟା 45 ଶୁଭ ବୋଲି ବିବେଚନା କରାଯାଇଛି ।

କରବା ଚୌଥ ବ୍ରତ ଆଜି ସକାଳ 6ଟା 46 ମିନିଟରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ସକାଳ 4ଟା 16ରେ ଶେଷ ହେବ । ସେହିପରି ପୂଜା ପାଇଁ ଦୁଇଟି ଶୁଭ ମୁହୂର୍ତ୍ତ ରହିଛି । ସକାଳ 11ଟା 43 ମିନିଟରୁ 12ଟା 28 ମିନିଟ ଏବଂ ଅପରାହ୍ନ 1ଟା 59 ମିନିଟରୁ 2ଟା 45 ମିନିଟ ପର୍ଯ୍ୟନ୍ତ ରହିଛି । କରବା ଚୌଥର ଉପବାସ ସୂର୍ଯ୍ୟୋଦୟରୁ ଆରମ୍ଭ ହୁଏ ଏବଂ ତା’ପରେ ଦିନସାରା ଜଳହୀନ ଉପବାସ ପାଳନ କରାଯାଏ । ଚାଉଳ ଅଟାରେ ହଳଦୀ ମିଶାଇ ଝୋଟି ଆଙ୍କି ତାପରେ ଦୀପ ରଖନ୍ତୁ । ଏହାପରେ ପ୍ରସାଦ ପାଇଁ ପୁରୀ, ହାଲୁଆ ଏବଂ ପୁଡିଂ ତିଆରି କରନ୍ତୁ । ତେବେ ପୂଜା ସମୟରେ ଏକ ଢାଳରେ ପାଣି ନେଇ ଚନ୍ଦ୍ରମାକୁ ଦିଆଯାଇଥାଏ । ସୂର୍ଯ୍ୟଦୋୟ ସମୟରେ ଚାଲୁଣିରେ ସ୍ବାମୀଙ୍କୁ ଦେଖନ୍ତୁ ଏବଂ ସୂର୍ଯ୍ୟଙ୍କୁ ପାଣି ଦେଇ ଦୀର୍ଘ ଜୀବନ କାମନା କରନ୍ତୁ ।