fbpx

ଶ୍ରାବଣ ମାସରେ ରେକର୍ଡ ଭାଙ୍ଗିଲା କାଶି ବିଶ୍ୱନାଥ ମନ୍ଦିର: ୨୦ ଗୁଣା ବଢିଲା ଭକ୍ତଙ୍କ ସଂଖ୍ୟା

କାଶିରେ କରିଡୋର ନିର୍ମାଣ ହେବା ପରେ ମନ୍ଦିର ଦାନର ସମସ୍ତ ରେକର୍ଡ ଭାଙ୍ଗିଛି । ସୂଚନା ଅନୁସାରେ ଶ୍ରଦ୍ଧାଳୁମାନେ ଚଳିତ ବର୍ଷ ଗତ ବର୍ଷ ତୁଳନାରେ ୫ ଗୁଣା ଅଧିକ ଦାନ କରିଛନ୍ତି । ଏହା ଛଡା କୁହାଯାଉଛି ଏଠାରେ କରିଡୋର ନିର୍ମାଣ ହେବା ପରେ ଏଠାରେ ଭକ୍ତମାନଙ୍କ ସଂଖ୍ୟା ମଧ୍ୟ ବଢିଛି । ଚଳିତ ବର୍ଷ ୬୩ ଲକ୍ଷ ୧୭ ହଜାର ଭକ୍ତ ଏଠାକୁ ଦର୍ଶନ ପାଇଁ ଆସିଥିଲେ । ୧୬.୮୯ କୋଟି ଟଙ୍କା ଲୋକ ଦାନ କରିଛନ୍ତି । ବିଶ୍ୱନାଥ ଧାମର ମୁଖ୍ୟ ଅଧିକାରୀ ସୁନିଲ ବର୍ମା କହିଛନ୍ତି ୨୦୨୩ ଶ୍ରାବଣ ମାସରେ ୧୬.୮୯ କୋଟି ଟଙ୍କା ଲୋକମାନଙ୍କ ଦ୍ୱାରା ଦାନ କରାଯାଇଛି ।

ବିଶ୍ୱନାଥ ଧାମରେ ୨୦୨୨ରେ ୩,୪୦,୭୧,୦୬୫ ଟଙ୍କା ଦାନରେ ମିଳିଥିଲା । ମନ୍ଦିରରେ କରିଡୋର ନିର୍ମାଣ ଏବଂ ବାବାଙ୍କ ଦର୍ଶନରେ ସୁବିଧା କାରଣରୁ ଏଠାକୁ ଅନେକ ଭକ୍ତ ଆସୁଛନ୍ତି । ତେବେ ଚଳିତ ବର୍ଷ ୨ ମାସ ଶ୍ରାବଣ ମାସ ଥିଲା । ତେଣୁ ଏଠାରେ ଭକ୍ତଙ୍କ ଅଧିକ ଭିଡ ଦେଖବାକୁ ମିଳିଥିଲା । ମନ୍ଦିର କମିଟି ମୁଖ୍ୟଙ୍କ କହିବା ଅନୁସାରେ ଭକ୍ତମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆମେ ସମସ୍ତ ବ୍ୟବସ୍ଥା କରିଛୁ । ଭକ୍ତ ଏବଂ ପର୍ଯ୍ୟଟକ ମାନଙ୍କ ପାଇଁ ସୁବିଧା କରାଯାଇଥିଲା । ସୋମାନଙ୍କ ପାଇଁ ୫୦ ଜଣ କର୍ମଚାରୀ କାମ କରୁଥିଲେ ।

ମନ୍ଦିରର କାର୍ଯ୍ୟାଳୟ ଅଧିକାରୀଙ୍କ କହିବା ଅନୁସାରେ ଏଠାରେ ୨୦୦ ଜଣ ସଫେଇ କର୍ମଚାରୀ କାମ କରୁଛନ୍ତି । ସୁରକ୍ଷା ସୁବିଧା ପାଇଁ ଏଠାରେ ୧୦୦ ଜଣ କର୍ମୀ ଅଛନ୍ତି ଏବଂ ଏଠାକୁ ଆସୁ ଥିବା ଭକ୍ତଙ୍କ ସଂଖ୍ୟା ୨୦ ଗୁଣା ବଢିଛି । ଏହି ମନ୍ଦିର ଆଗରୁ ୩୦୦୦ ବର୍ଗଫୁଟରେ ଥିଲା । କିନ୍ତୁ ଏବେ ୫,୦୦,୦୦୦ ସ୍କୋୟାର ଫୁଟରେ ନିର୍ମାଣ ହୋଇଛି ।

Get real time updates directly on you device, subscribe now.