fbpx

ଶେଷରେ ଧରାପଡ଼ିଲା KBN ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶେଷରେ ଧରାପଡ଼ିଲା କେବିଏନ୍ ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା । କିଛିଦିନ ପୂର୍ବରୁ କେବିଏନ୍ ଗ୍ରୁପର ସଦସ୍ୟମାନେ ବିଳମ୍ବିତ ରାତ୍ରିରେ ରାଜରାସ୍ତାରେ ଖଣ୍ଡା ବୁଲାଇ ଆତଙ୍କରାଜ ସୃଷ୍ଟି କରିଥିଲେ । ଏଥିସହ ରାସ୍ତା ଉପରେ ବାର୍ଡ ଡେ’ ପାର୍ଟି କରି ଭିଡିଓ ଭାଇରାଲ୍ କରିଥିଲେ । ତେବେ ବହୁଦିନ ହେଲା ପୋଲିସ ଗ୍ୟାଙ୍ଗର ମୁଖିଆ ବୁବୁକୁ ଖୋଜୁଥିବା ବେଳେ ଆଜି ସେ ଧରାପଡ଼ିଛି ଓ ତା’ ନିକଟରୁ ଏକ ଖଣ୍ଡା ଜବତ କରିଛି ।

ଗତ ନଭେମ୍ବର ମାସରେ କମିଶନରେଟ୍ ପୋଲିସ କେବିଏନ୍ ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ରିମାଣ୍ଡରେ ନେଇ ଜେରା କରିଥିଲା । ସେମାନଙ୍କ ଠାରୁ ଗୋଟିଏ ଅସଲି ବନ୍ଧୁକ ସହ ଭିଡିଓରେ ବ୍ୟବହାର କରାଯାଇଥିବା ମାରଣାସ୍ତ୍ର ଓ ଗାଡ଼ି ମଧ୍ୟ ଜବତ ହୋଇଥିଲା । କେବିଏନ୍ ଗ୍ୟାଙ୍ଗର ଭିଡିଓ ଭାଇରାଲ ହେବା ପରେ ମୋଟ ୨୯ ଜଣଙ୍କ ନାମରେ ପୋଲିସ ମାମଲା ରୁଜୁ କରିଥିଲା । ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ବୁବୁ ଏକ ଜିପକୁ ବ୍ୟବହାର କରି ଆତଙ୍କ ସୃଷ୍ଟି କରିବା ଭଳି ଭିଡିଓ ସବୁ ତିଆରି କରୁଥିଲା । ଘାଟିକିଆ ଅଞ୍ଚଳର ଦତ୍ତାତ୍ରେୟ ଆପାର୍ଟମେଣ୍ଟ ନିକଟରୁ ଏକ ପରିତ୍ୟକ୍ତ ସ୍ଥାନରୁ ଉକ୍ତ ଜିପକୁ ପଲିଥିନ୍ ଘୋଡ଼ାଯାଇଥିବା ଅବସ୍ଥାରେ ପୋଲିସ ଜବତ କରିଥିଲା ।

Get real time updates directly on you device, subscribe now.