ଚେନ୍ନାଇ: BRSରୁ କେ. କବିତା ସସପେଣ୍ଡ। ଦଳରୁ କେ. କବିତାଙ୍କୁ ସସପେଣ୍ଡ କଲେ ସଭାପତି କେ. ଚନ୍ଦ୍ରଶେଖର ରାଓ। ତେଲେଙ୍ଗାନା ରାଜନୀତିରୁ ଆସିଲା ବଡ଼ ଖବର।
ଭାରତ ରାଷ୍ଟ୍ର ସମିତି (BRS) ବିଧାନ ପରିଷଦ ସଦସ୍ୟ (MLC) କେ. କବିତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଆଉ ତାଙ୍କୁ ଦଳରୁ ନିଲମ୍ୱନ କରିଥିବା ସଭାପତି ହେଉଛନ୍ତି ତାଙ୍କ ବାପା। ଯିଏକି BRSର ସଭାପତି କେ. ଚନ୍ଦ୍ରଶେଖର ରାଓ।
କେ. କବିତାଙ୍କୁ ନିଲମ୍ବିତ କରିବାର ନିଷ୍ପତ୍ତି କେସିଆର ନେଇଛନ୍ତି। ସୂଚନା ଅନୁଯାୟୀ, ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ କେ. କବିତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି।
ବିଆରଏସ ଦ୍ୱାରା ଜାରି ହୋଇଥିବା ନୋଟିସରେ କୁହାଯାଇଛି ଯେ ଦଳ ବିରୋଧୀ କାର୍ଯ୍ୟକଳାପ ବିଆରଏସ ଦଳ ପାଇଁ କ୍ଷତିକାରକ। ଦଳୀୟ ନେତୃତ୍ୱ ଏହାକୁ ଗମ୍ଭୀରତାର ସହ ବିଚାର କରୁଛନ୍ତି। ଦଳର ସଭାପତି କେ. ଚନ୍ଦ୍ରଶେଖର ରାଓ କେ. କବିତାଙ୍କୁ ତୁରନ୍ତ ଦଳରୁ ନିଲମ୍ବିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।