fbpx

ସେଓକୁ ଅଧିକ ଦିନ ସତେଜ ରଖନ୍ତୁ, ଏପରି ଉପାୟରେ ସେଓକୁ ରଖିଲେ ଏହାର ସ୍ୱାଦରେ ପରିବର୍ତ୍ତନ ଆସି ନଥାଏ

ଓଡିଶା ଭାସ୍କର : ସେଓ ଖାଇବା ଶରୀର ପାଇଁ ହେଲଦି ହୋଇଥାଏ । ଡାକ୍ତରଙ୍କ କହିବା ଅନୁସାରେ ପ୍ରତ୍ୟେକ ଦିନ ଗୋଟିଏ ସେଓ ଖାଇବା ଆମକୁ ଏହା ଅନେକ ରୋଗରୁ ରକ୍ଷା କରିଥାଏ । ୧-୨ କିଲୋ ସେଓ କିଣିବା ପରେ କିଛି ଲୋକ ଏହାର ପେଟି କିଣି ଘରକୁ ଆଣନ୍ତି ଯାହା ଫଳରେ ଏହାକୁ ବାରମ୍ବାର କିଣିବାକୁ ପଡି ନଥାଏ । ଏବଂ ଫଳ ସହ ପେଟି କିଣିବା ଦ୍ୱାରା ଏହାର ମୂଲ୍ୟ କମ ପଡିଥାଏ । ଏହା ଛଡା ଏହାକୁ ବାରମ୍ବାର କିଣିବା ପାଇଁ ଆବଶ୍ୟକ ମଧ୍ୟ ପଡି ନଥାଏ । ଅଧିକ ଲୋକମାନେ କୁହନ୍ତି ସେଓକୁ ୨ ରୁ ୩ ଦିନ ରଖିବା ପରେ ତାହା ଖରାପ ହୋଇଥାଏ । ଏଥିରେ ଶୁଗନ୍ଧ ନଥାଏ କି ସ୍ୱାଦ ନଥାଏ । ଏହା ଛଡା ୨ଦିନ ମଧ୍ୟରେ ଆପଣଙ୍କ ସେଓର ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇଥାଏ ।

ଏବେ ଏଥିପାଇଁ ଚିନ୍ତା କରନ୍ତୁ ନାହିଁ । କାରଣ ସେଓ ମାସ ମାସ ଧରି ଷ୍ଟୋର ହୋଇ ରହି ପାରିବ । ଯଦି ଏହାକୁ ଠିକ ଭାବରେ ଷ୍ଟୋର କରାଯିବ । ଯଦି ଆପଣ ସେଓକୁ ଫ୍ରିଜରେ ଷ୍ଟୋର କରୁଛନ୍ତି ତେବେ ଏହାକୁ କପଡାରେ ଗୁଡାଇ ଷ୍ଟୋର କରନ୍ତୁ । କିନ୍ତୁ ଧ୍ୟାନ ରଖନ୍ତୁ ଏହା ଫ୍ରିିଜରେ ୬ରୁ ୭ ଦିନ ରହିବ । ସେଓକୁ ରୁମ ଟେମ୍ପଚରରେ ରଖିବା ସବୁଠାରୁ ଭଲ ହୋଇଥାଏ । ଏଥି ପାଇଁ ସେଓକୁ କପଡା କିମ୍ବା କାଗଜରେ ଗୁଡାଇ ରଖନ୍ତୁ । ସେଓକୁ କପଡାରେ ଗୁଡାଇବା ପରେ ତାହାକୁ ଖୋଲା ଚାଙ୍ଗୁଡିରେ ରଖନ୍ତୁ । ଚାଙ୍ଗୁଡିରେ ଯେପରି ପବନ ଲାଗୁଥିବ । ଏପରି କରିବା ଦ୍ୱାରା ଆପଣ ସେଓକୁ ଅଧିକ ଦିନ ଷ୍ଟୋର କରି ରଖି ପାରିବେ ।

Get real time updates directly on you device, subscribe now.