fbpx

କେଜରିୱାଲଙ୍କୁ ମିଳୁ ସରକାରୀ ଆବାସ, ଏହା ତାଙ୍କ ଅଧିକାର… ସାମ୍ବାଦିକ ସମ୍ମିଳନୀରେ ରାଘବ ଚଡ୍ଡାଙ୍କ ଦାବି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଆମ ଆଦମୀ ପାର୍ଟି(AAP) ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ତାଙ୍କ ଇସ୍ତଫା ପରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପାଇଁ ସଜବାଜ ହେଉଛନ୍ତି ଆତିଶୀ । ଏଥିମଧ୍ୟରେ ଶୁକ୍ରବାର ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କେଜରିୱାଲଙ୍କ ପାଇଁ ସରକାରୀ ଆବାସ ଦାବି କରିଛନ୍ତି । ଅପରପକ୍ଷରେ ଦଳ ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟକୁ ଚିଠି ଲେଖି ସମାନ ଦାବି ଜଣାଇଛନ୍ତି ।

ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ରାଷ୍ଟ୍ରୀୟ ଦଳର ମୁଖିଆ ହେତୁ କେଜରିୱାଲଙ୍କୁ ନିୟମ ଅନୁଯାୟୀ ସରକାରୀ ଆବାସ ଦିଆଯିବା ଉଚିତ । ଏହା ତାଙ୍କ ଅଧିକାର । ଦିଲ୍ଲୀରେ କଂଗ୍ରେସ, ବିଏସପି ଏବଂ ବିଜେପି ସମେତ ଅନ୍ୟ ରାଷ୍ଟ୍ରୀୟ ଦଳକୁ ସରକାରୀ ଆବାସ ପ୍ରଦାନ କରାଯାଇଥିବା ବେଳେ କେଜରିୱାଲଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଆବାସ ମିଳିନାହିଁ । ଏନେଇ କେନ୍ଦ୍ରୀୟ ସହରୀ ଆବାସ ବିକାଶ ମନ୍ତ୍ରଣାଳୟ ନିକଟକୁ ମଧ୍ୟ ଚିଠି ଲେଖାଯିବ ।’ କହିରଖୁଛୁ ସେପ୍ଟେମ୍ବର ୨୧କୁ ଆତିଶୀ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି । ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀଙ୍କ ନାଁ ଘୋଷଣା ହେବା ପରେ ସେ କହିଥିଲେ କି ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ମୋ ପାଖରେ କେବଳ ଦୁଇଟି କାମ ଅଛି । ପ୍ରଥମ ଦିଲ୍ଲୀବାସୀଙ୍କୁ ବିଜେପିର ଷଡ଼ଯନ୍ତ୍ରରୁ ରକ୍ଷା କରିବା ଏବଂ ଦ୍ୱିତୀୟ କେଜରିୱାଲଙ୍କୁ ପୁନଃ ମୁଖ୍ୟମନ୍ତ୍ରୀ କରାଇବା ।

Get real time updates directly on you device, subscribe now.