fbpx

୨୨ଟି ଭାଷା ପାଇଁ ‘ସାହିତ୍ୟ ଅନୁବାଦ ପୁରସ୍କାର’ ଘୋଷଣା କଲା କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡ଼ିଶାରୁ ସ୍ଥାନ ପାଇଲେ ଦୁଇଜଣ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୧ ବର୍ଷ ପାଇଁ ‘ସାହିତ୍ୟ ଅନୁବାଦ ପୁରସ୍କାର’ ଘୋଷଣା କରାଯାଇଛି । ମୋଟ ୨୨ଟି ଭାଷା ପାଇଁ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଓଡ଼ିଶାରୁ ଦୁଇଜଣ ଏଥିରେ ସ୍ଥାନ ପାଇଛନ୍ତି ।

ବେନିୟାମିନଙ୍କ ରଚିତ ମାଲାୟଲମ୍ ଉପନ୍ୟାସ ‘ଗୋଟ୍ ଡେଜ’ର ଓଡ଼ିଆ ଅନୁବାଦ ‘ଛେଳି ଚଳେଇବାର ଦିନ’ ପାଇଁ କଥାକାର ଗୌରହରି ଦାସ ଏବଂ ସଂସ୍କୃତ ଭାଷାରେ ଜୟଦେବଙ୍କ ରଚିତ କାଳଜୟୀ କାବ୍ୟ ଗୀତଗୋବିନ୍ଦକୁ ସାନ୍ତାଳି ଭାଷାରେ ଅନୁବାଦ କରିଥିବା ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ସାହିତ୍ୟ ଅନୁବାଦ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ତେବେ ପୁରସ୍କାର ବାବଦର ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଓ ତାମ୍ର ଫଳକ ପ୍ରଦାନ କରାଯିବ । ନୂଆଦିଲ୍ଲୀର ରବୀନ୍ଦ୍ର ଭବନଠାରେ ଅନୁଷ୍ଠିତ ସାହିତ୍ୟ ଏକାଡେମୀର ବୈଠକରେ ଏନେଇ ଘୋଷଣା କରାଯାଇଛି । ତେବେ ଓଡ଼ିଆ ଓ ସାନ୍ତାଳି ବ୍ୟତୀତ, ତାମିଲ, ତେଲୁଗୁ, ଉର୍ଦ୍ଦୁ, ସିନ୍ଧି, ସଂସ୍କୃତ, ପଞ୍ଜାବୀ, ନେପାଳୀ, ମରାଠୀ, ମଣିପୁରୀ, ମାଲୟାଲମ, କୋଙ୍କଣୀ, କଶ୍ମୀରୀ, କନ୍ନଡ଼, ହିନ୍ଦୀ, ଗୁଜରାଟୀ, ଇଂରଜୀ, ଡୋଗ୍ରୀ, ବୋଡୋ, ବଙ୍ଗଳା, ଅହମିଆ ଭାଷାର ଅନୁବାଦକଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.