କେନ୍ଦ୍ରାପଡା,୨୭ ।୧୧(ଓଡିଶା ଭାସ୍କର): କେନ୍ଦ୍ରାପଡା ଅବକାରୀ SI ପୂର୍ଣ୍ଣେନ୍ଦୁ ରାଉତଙ୍କୁ ଆଜି ଗିରଫ କରିଛି ପୋଲିସ । ତାଙ୍କ ନାଁରେ ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇଥିବା ଅଭିଯୋଗ ହୋଇଥିଲା ।
ତେବେ ଗୋପ ବାରର ଲାଇସେନ୍ସ ନବୀକରଣ ସପକ୍ଷରେ ପୂର୍ଣ୍ଣେନ୍ଦୁ ରିପୋର୍ଟ ଦେଇଥିଲେ । ଏହି ରିପୋର୍ଟ ଭିତ୍ତିରେ ମୃତ ବ୍ୟକ୍ତିଙ୍କୁ ବାର ଲାଇସେନ୍ସ ମିଳିଥିଲା । ୨୦୦୮ ମସିହାରେ ଏନେଇ ଅଭିଯୋଗ କରିଥିଲେ ଅବକାରୀ ଅଧୀକ୍ଷକ ।