fbpx

କେନ୍ଦ୍ରାପଡ଼ା ପ୍ରସିଦ୍ଧ ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍

ଭୁବନେଶ୍ବର: (ଓଡ଼ିଶା ଭାସ୍କର) କେନ୍ଦ୍ରାପଡ଼ା ପ୍ରସିଦ୍ଧ ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ । କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମିଳିଲା ମଞ୍ଜୁରୀ । କେନ୍ଦ୍ରାପଡ଼ାର ବଳଦେବଜୀଉ ମନ୍ଦିରରେ ପ୍ରସ୍ତୁତ ହେଉଥିବା ମୂଳ ରସାବଳିକୁ ନେଇ ଅନେକ ଲୋକ କଥା ରହିଛି । ଅନେକ ସାହିତ୍ୟିକ ଓ ଗବେଷକଙ୍କ ମତରେ, ମହାପ୍ରଭୁ ଜଗନ୍ନାଥଙ୍କ ସହ ଓଡ଼ିଶାର ପାରମ୍ପପରିକ ଖାଦ୍ୟର ସମ୍ପର୍କ ରହିଛି। ଛେନାପୋଡ଼ ହେଉ କି ରସାବଳି, ମହାପ୍ରଭୁଙ୍କ ଭୋଗ ଲାଗି ହେବା ପରମ୍ପରା ରହିଛି। ରସାବଳିକୁ ଜିଆଇ ମାନ୍ୟତା ମିଳିବା ନେଇ ପ୍ରକ୍ରିୟା ଚାଲିଥିଲା।

ଦେଖିବାକୁ ଗଲେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ପ୍ରଣାଳୀର ଅନେକ ଐତିହ୍ୟ ରହିଛି। ଆମର ପୂର୍ବଜ ମାନେ ନୌବାଣିଜ୍ୟ କରୁଥିବା ସମୟରେ ଦକ୍ଷିଣ ପୂର୍ବ ଏସିଆ ଠାରୁ ଆରମ୍ଭ କରି ଭୂମଧ୍ୟସାଗର ଆଦି ଅଞ୍ଚଳକୁ ଯାଉଥିଲେ, ଯେଉଁଠି ଓଡ଼ିଶା ଖାଦ୍ୟର ଛାପ ରହିଛି । ବର୍ତ୍ତମାନ ଇଥିଓପିଆରେ ପରସା ଯାଉଥିବା ଖାଦ୍ୟ ସହିତ ଓଡ଼ିଶା ଖାଦ୍ୟ ପ୍ରଣାଳୀର ଅନେକ ସାମଞ୍ଜସ୍ୟ ରହିଛି। ଆମ ଖାଦ୍ୟପ୍ରଣାଳୀ ହେଉ କିମ୍ବା ମିଷ୍ଟାନ୍ନ ଗୁଡ଼ିକ ଉପରେ କେହି ନଜର ପକାଇବା ପୂର୍ବରୁ ଜିଆଇ ମାନ୍ୟତା ପାଇଁ ରାଜ୍ୟ ସରକାର ଆବଦେନ ପ୍ରକ୍ରିୟା ଚାଲିଥିଲା। ଆଜି ତାହାର ଅନ୍ତ ଘଟିଛି । ସମସସ୍ତଙ୍କ ମନରେ ଖୁସି ଦେଖାଦେଇଛି ।

Get real time updates directly on you device, subscribe now.