fbpx

ସ୍କୁଲ ତରଫରୁ ଛାତ୍ରୀଙ୍କୁ କୌଣସି ପ୍ରକାରର ନିର୍ଯାତନା ଦିଆଯାଇନାହିଁ: ଅଧ୍ୟକ୍ଷା

Advertisement

ଭୁବନେଶ୍ୱର,୭ା୧୨(ଓଡ଼ିଶା ଭାସ୍କର): ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୩ର ଛାତରୁ ଡ଼େଇଁ ଛାତ୍ରୀ ଗୁରୁତର ହୋଇଯାଇଥିଲେ । ଏହି ଘଟଣା ସମ୍ପର୍କରେ ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ର ଅଧ୍ୟକ୍ଷା ପ୍ରତିକ୍ରିୟା ରଖି କହିଛନ୍ତି ସ୍କୁଲ ତରଫରୁ ଛାତ୍ରୀଙ୍କୁ କୌଣସି ପ୍ରକାରର ନିର୍ଯାତନା ଦିଆଯାଇନାହିଁ । ଛାତ୍ରୀ ଜଣକ ଦେହ ଖରାପ ଦର୍ଶାଇ ଖେଳ ପିରିୟଡ଼କୁ ଆସି ନଥିଲେ । ସ୍କୁଲ ପରିସର ନୁହେଁ ରିଜିଓନାଲ ଅଫିସ କ୍ୱାର୍ଟର୍ସ ଛାତରୁ ସେ ଡ଼େଇଁଛନ୍ତି । ପୂର୍ବରୁ ମଧ୍ୟ ଏନେଇ ଅଭିଭାବକ ମୋତେ କେବେ ଜଣାଇନଥିଲେ । ଅଭିଯୋଗ ସମ୍ପର୍କରେ ଆମେ ପଚରାଉଚରା କରିବୁ ବୋଲି ଅଧ୍ୟକ୍ଷା ପ୍ରୀତି ରାୟ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ରାଜଧାନୀ ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ରେ ଏକ ଛାତ୍ରୀ ଛାତରୁ ଡେଇଁବା ଘଟଣା ଘଟିଥିଲା । ଏନେଇ ଛାତ୍ରୀଙ୍କ ବାପାଙ୍କ ଏତଲା ଭିତ୍ତିରେ ମଞ୍ଚେଶ୍ୱର ଥାନାରେ ମାମଲା ରୁଜୁ ହୋଇଛି । ଏହି ମାମଲା ସମ୍ପର୍କରେ କେନ୍ଦ୍ରୀୟ ବୀଦ୍ୟାଳୟ-୩ରେ ପୋଲିସ ତଦନ୍ତ ଜାରି କରିବା ସହ ଅଧ୍ୟକାଙ୍କୁ ପଚରାଉଚରା ମଧ୍ୟ କରୁଛନ୍ତି ।

Get real time updates directly on you device, subscribe now.