fbpx

ଏକ ହୃଦୟ ବିଦାରକ ଘଟଣା! ଘାସ ଖାଇବା ସମୟରେ ବଳଦର ପାଟି ଭିତରେ ବିସ୍ଫୋରଣ ହେଲା ବୋମା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ଆଖପାଖରେ କିଛି ଅବିଶ୍ୱସନୀୟ ଘଟଣା ଘଟିଥାଏ । ଏଭଳି କିଛି ଘଟଣା ପାଇଁ ଅନେକ ସମୟରେ ଅକାଳରେ କାହାର ଜୀବନ ବି ଚାଲି ଯାଇଥାଏ । ତେବେ ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଘାସ ଖାଇବା ସମୟରେ ଗୋଟିଏ ବଳଦ ଏକ ବୋମାକୁ ଗିଳି ଦେଇଥିଲା । ଏହାପରେ ସେହି ବୋମାଟି ଉକ୍ତ ବଳଦର ପେଟ ଭିତରେ ଫୁଟି ଯାଇଥିଲା । କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରୁ ଆସିଛି ଏଭଳି ଏକ ଚିନ୍ତାଜନକ ଖବର ।

ଖବର ମୁତାବକ, ବାରହା ଶିକାର ପାଇଁ ଘାସ ଭିତରେ ବୋମା ରଖାଯାଇଥିଲା । ଆଉ ଘାସ ଖାଇବା ସମୟରେ ସେହି ବୋମା ଏକ ବଳଦର ପାଟି ଭିତରକୁ ଚାଲିଯାଇଥିଲା । ଏହାପରେ ବୋମାଟି ବଳଦର ପାଟି ଭିତରେ ଫୁଟି ଯାଇଥିଲା । ଏଭଳି ହୃଦୟ ବିଦାରକ ଘଟଣା ଶୁଣିବା ବେଳକୁ ମନରେ ଅଜସ୍ର ବ୍ୟଥା ଅନୁଭବ ହେଉଛି । ଅନ୍ୟମାନଙ୍କର ଭୁଲ ପାଇଁ ଆଜି ଗୋଟିଏ ବଳର ଏକ ବଡ଼ ଅଘଟଣର ଶିକାର ହୋଇଛି । ତେଲକୋଇ ବନାଞ୍ଚଳ ସମାକୋଇ ସଂରକ୍ଷିତ ଜଙ୍ଗଲରେ ବାରହା ଶିକାର ପାଇଁ ସେହି ବୋମାକୁ ରଖାଯାଇଥିଲା । ତେବେ ବାରହା ଆସିନଥିଲା କି ଘାସ ଖାଇ ନଥିଲା । ଅଯଥାରେ ନିରୀହ ବଳଦଟି ବୋମାର ଶିକାର ପାଲଟି ଯାଇଥିଲା । ଏହି ବିସ୍ଫୋରଣ ପରେ ବଳଦର ପାଟି ଛେତେରା ହୋଇଯାଇଥିବା ବେଳେ ତା’ର ଜିଭ ଓ ଦାନ୍ତ ବାହାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏବେ ବଳଦଟି ବଞ୍ଚିବା ପାଇଁ ଜୀବନ ସହ ସଂଘର୍ଷ କରୁଛି । ତେବେ ବାରହା ଶିକାର ପାଇଁ କିଏ ବୋମା ଖଞ୍ଜିଥିଲା ତାହା ଜଣାପଡ଼ିନାହିଁ । ଏନେଇ ସ୍ଥାନୀୟ ଗ୍ରାମବାସୀ ବନ ବିଭାଗ ନିକଟରେ ଅଭିଯୋଗ କରିବା ସହ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି ।

Get real time updates directly on you device, subscribe now.