fbpx

ନାକ ବାଟେ ପଶି ମସ୍ତିଷ୍କକୁ ଖାଇଗଲା, ନଦୀରେ ଗାଧୋଇ ଆସିବା ପରେ ୧୫ ବର୍ଷ ବାଳକର ମୃତ୍ୟୁ

Advertisement

ଥିରୁବନନ୍ତପୁରମ୍: କେରଳର ଅଲପୁଝା ଜିଲ୍ଲାରୁ ସାମ୍ନାକୁ ଆସିଛି ମୃତ୍ୟୁର ଏକ ଭୟାବହ ମାମଲା । ଏଠାରେ ଦୂଷିତ ପାଣିରେ ରହୁଥିବା ଆମିବା ଏକ ବାଳକର ମୃତ୍ୟୁର କାରଣ ପାଲଟିଛି । ଏହି ଆମିବା ମସ୍ତିଷ୍କକୁ ସଂକ୍ରମିତ କରି ଦେଇଥାଏ ଅର୍ଥାତ୍ ଏହା ମସ୍ତିଷ୍କକୁ ପୁରା ଖାଇଯାଏ ।
ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜଙ୍କ କହିବା ଅନୁଯାୟୀ ଆଲପୁଝା ଜିଲ୍ଲା ପନାଭଲିରେ ରହୁଥିବା ୧୫ ବର୍ଷୀୟ ବାଳକ ପ୍ରାଇମେରୀ ଆମିବିକ ମେନିଙ୍ଗୋଆନ୍ସେଫଲାଇଟିସ୍ ନାମକ ରୋଗରେ ସଂକ୍ରମିତ ଥିଲା । ବାଳକର ମୃତ୍ୟୁ ବିଷୟରେ ସ୍ପଷ୍ଟ କରି ମନ୍ତ୍ରୀ କହିଛନ୍ତି ରାଜ୍ୟରେ ପୂର୍ବରୁ ବି ଏହି ଦୂର୍ଲଭ ସଂକ୍ରମଣର ୫ ଗୋଟି ମାମଲା ସାମ୍ନାକୁ ଆସିଥିଲା । ସର୍ବ ପ୍ରଥମେ ଏପରି ମାମଲା ୨୦୧୬ରେ ଆଲପୁଝା ତିରୁମାଳା ୱାର୍ଡରେ ସାମ୍ନାକୁ ଆସିଥିଲା । ଏହାପରେ ପୁଣି ୨୦୧୯ ଓ ୨୦୨୦ରେ ମଲପୁରମରେ

ଏହିପରି ଦୁଇ ଦୁଇଟି ମାମଲା ସାମ୍ନାକୁ ଆସିଥିଲା । ୨୦୨୦ ଓ ୨୨ରେ କୋଝିକୋଡ ଓ ତ୍ରିଶୂରରେ ମଧ୍ୟ ଏକ-ଏକ ମାମଲା ସାମ୍ନାକୁ ଆସିଥିଲା । ମନ୍ତ୍ରୀ କହିଛନ୍ତି ସମସ୍ତ ସଂକ୍ରମିତ ରୋଗୀଙ୍କର ମୃତ୍ୟୁ ହୋଇଯାଇଥଇଲା । ସେ କହିଛନ୍ତି ଏହି ଦୂର୍ଲଭ ମସ୍ତିଷ୍କ ସଂକ୍ରମଣରେ ମୃତ୍ୟୁ ହାର ୧୦୦ ପ୍ରତିଶତ ଥିଲା ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ସ୍ଥିର ହୋଇ ରହିଥିବା ପାଣିରେ ଦେଖାଯାଉଥିବା ଏହି ମୁକ୍ତ ଜୀବିତ ଆମିବା ଏପରି ସଂକ୍ରମଣର ମୁଖ୍ୟ କାରଣ । ଡାକ୍ତରଙ୍କ ଅନୁସାରେ ମାନବର ମସ୍ତିଷ୍କ ସେତେବେଳେ ସଂକ୍ରମିତ ହୋଇଯାଏ ଯେତେବେଳେ ଯେତେବେଳେ ମୁକ୍ତ ଜୀବିତ, ପରଜୀବୀ ଆମିବା ବ୍ୟାକ୍ଟେରିଆ ନାକ ବାଟେ ଶରୀର ମଧ୍ୟକୁ ପ୍ରବେଶ କରିଥାନ୍ତି ।

ତେବେ ରୋଗର ଗମ୍ଭୀରତାକୁ ଲକ୍ଷ୍ୟ କରି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଲୋକମାନଙ୍କୁ ଦୂଷିତ ପାଣିରେ ନ ଗାଧୋଇବାକୁ ପରାମର୍ଶ ଦେଇଛନ୍ତି । ଏହି ରୋଗର ମୁଖ୍ୟ ଲକ୍ଷଣ ଜ୍ୱର, ମୁଣ୍ଡବିନ୍ଧା, ବାନ୍ତି ଓ ଚେତା ବୁଡିଯିବା । ଏହି ଭୟାନକ ଆମିବାର ନାମ ନାଗ୍ଲେରିଆ ଫାଓଲେରୀ ଓ ଏହା ଏତେ ଛୋଟ ଯେ, ଏହାକୁ ଖାଲି ଆଖିରେ ଦେଖି ହେବ ନାହିଁ । କିନ୍ତୁ ଏହି ସୂକ୍ଷ୍ମ ଜୀବ ମଣିଷର ଜୀବନ ବି ନେଇଯାଇପାରେ ।

 

Get real time updates directly on you device, subscribe now.