fbpx

(Video)ଚା’ ଦୋକାନରୁ ଚେୟାର ଟାଣି ଆଣି ରାସ୍ତା ମଝିରେ ବସିପଡିଲେ ରାଜ୍ୟପାଳ, କହିଲେ ଗିରଫ କର ନ ହେଲେ..

ନୂଆଦିଲ୍ଲୀ: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ କୋଲ୍ଲମ ଜିଲ୍ଲାର ନିଲମେଲରେ ଶନିବାର ଧାରଣାରେ ବସିଥିବାର ଖବର ସାମ୍ନାକୁ ଆସିଛି । ତାଙ୍କ ବିରୁଦ୍ଧରେ ଷ୍ଟୁଡେଣ୍ଟ ଫେଡେରେସନ ଅଫ୍ ଇଣ୍ଡିଆ(SFI)ର ପ୍ରଦର୍ଶନକୁ ନେଇ ସେ ଏପରି ପଦକ୍ଷେପ ନେଇଛନ୍ତି । ରାଜ୍ୟପାଳ ନିଜ ଗାଡିରୁ ବାହାରି ଆସି ପ୍ରଦର୍ଶନକାରୀଙ୍କ ଗିରଫ ଦାବୀ କରି ରାସ୍ତା କଡରେ ଏକ ଚା’ ଦୋକାନ ସାମ୍ନାରେ ହଠାତ୍ ବସିପଡିବାର ଖବର ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ଏମସି ରୋଡ୍‌ରେ ଥିବା ଏକ ଦୋକାନରୁ ଚେୟାର ନେଇ ସେହିଠାରେ ବସିଯାଇଥିଲେ ଓ ପ୍ରଦର୍ଶନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ଏହି ସମୟରେ ସେ ପୋଲିସ କର୍ମୀଙ୍କ ସହ ବେଶ୍ କ୍ରୋଧିତ ଅବସ୍ଥାରେ କଥା ହେଉଥିବାର ନଜର ଆସୁଛନ୍ତି ।

ଘଟଣାସ୍ଥଳରେ ପୋଲିସ ବ୍ୟତିତ ଅନ୍ୟ ଅଧିକାରୀ ଓ ସ୍ଥାନୀୟ ଜନତା ବହୁ ମାତ୍ରାରେ ଏକତ୍ର ହୋଇଯାଇଥିଲେ । ରାଜ୍ୟପାଳ ଏକ ସମାରୋହ ଲାଗି କୋଟ୍ଟାରାକାରା ଯାଉଥିଲେ । ଏହି ସମୟରେ ରାଜ୍ୟରେ କ୍ଷମତାସୀନ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିର ଛାତ୍ର ଶାଖା ଏସଏଫଆଇର ବହୁ ସଦସ୍ୟ ରାସ୍ତାରେ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ । ଏଠାରେ ସୂଚାଇ ଦିଆଯାଇପାରେ କି ରାଜ୍ୟପାଳ ଓ ଓ ବାମପନ୍ଥୀ ସରକାରଙ୍କ ମଧ୍ୟରେ ରାଜ୍ୟର ବିଶ୍ୱବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ଓ ବିଧାନସଭା ଦ୍ୱାରା ପାରିତ କିଛି ବିଲ୍ ଉପରେ ରାଜ୍ୟପାଳ ଦସ୍ତଖତ ନ କରିବାକୁ ନେଇ ମତଭେଦ ଲାଗି ରହିଛି ।

Get real time updates directly on you device, subscribe now.