କେରଳ: ତୁଳସୀ ଗଛରେ ନିଜ ଗୁପ୍ତାଙ୍ଗର କେଶ ପକାଇଲେ ବ୍ୟକ୍ତି, କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ‘ତୁଳସୀଗଛ’ କୁ ଅପମାନ କରିଥିବା ଅଭିଯୁକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେରଳ ହାଇକୋର୍ଟ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାଟି ଚଳିତ ବର୍ଷ ପ୍ରାରମ୍ଭରେ ସାମ୍ନାକୁ ଆସିଥିଲା ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ ଗୁପ୍ତାଙ୍ଗର କେଶ ତୁଳସୀ ଉପରେ ପକାଉଥିବା ନଜର ଆସିଥିଲେ ।

ଜଷ୍ଟିସ ପି.ଭି. କୁନହିକ୍ରିଷ୍ଣନଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଶ୍ରୀରାଜ ଆର.ଏଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ଦେଇଛନ୍ତି । ଏହି ମାମଲାରେ କଠୋର ଆଭିମୁଖ୍ୟ ଗ୍ରହଣ କରି କୋର୍ଟ କେରଳ ପୋଲିସକୁ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତୁଳସୀ ଗଛକୁ ଅପମାନିତ କରୁଥିବା ଏକ ଭିଡିଓ ଅପଲୋଡ କରିବାକୁ ନେଇ ପୋଲିସ ଆଲାପୁଝାର ବାସିନ୍ଦା ଶ୍ରୀରାଜଙ୍କୁ ଗିରଫ କରିଛି, ଯେଉଁଥିରେ ଅବଦୁଲ ହକିମ ନାମକ ଜଣେ ବ୍ୟକ୍ତି “ତୁଳସୀଗଛ”କୁ ଅପମାନ କରୁଥିବାର ଦେଖାଯାଇଥିଲା ।