fbpx

ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୂରେଇ ଥାଏ କେଶର ଚା : ଆସନ୍ତୁ ଜାଣିବା କିପରି କରିବା ଏହାକୁ ପ୍ରସ୍ତୁତ ଏବଂ କ’ଣ ରହିଛି ଫାଇଦା

Advertisement

ଭୁବନେଶ୍ୱର : କେଶର ଏକ ମସଲା ଅଟେ, ଯାହା କ୍ରୋକସ ସାଟିଓ୍ଵସ ଲିନେ ଫୁଲରୁ ମିଳିଥାଏ । ସ୍ୱାସ୍ଥ୍ୟପାଇଁ ଏହା ବହୁତ ଲାଭଦାୟକ ହୋଇଥାଏ । ଡାକ୍ତର ମଧ୍ୟ ପ୍ରତ୍ୟେକ ଦିନ ଗୋଟିଏ ଗ୍ଲାସ କେସର ଯୁକ୍ତ କ୍ଷୀର ପିଇବା ପାଇଁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କେଶର ଚା’ ପିଇବାର ଲାଭ ବିଷୟରେ ଜଣାଇବୁ, ଯାହା ଓଜନ କମ କରିବା ଠାରୁ ଆରମ୍ଭ କରି ଇମ୍ୟୁନିଟି ଶକ୍ତିକୁ ବଢାଇବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା କେଶର ଚା’ କିପରି ପ୍ରସ୍ତୁତ କରିବେ –

ପ୍ରସ୍ତୁତ ପ୍ରଣାଳୀ : କେଶର ଚା’ ପ୍ରସ୍ତୁତ କରିବା ପାଇଁ ହେଲେ ଆପଣଙ୍କୁ ପ୍ରଥମେ ଗୋଟିଏ ଗ୍ଲାସ କ୍ଷୀର ଏବଂ ଅଳ୍ପ ପାଣି ମିଶାଇ ଗ୍ୟାସରେ ବସାନ୍ତୁ । ସେଥିରେ ଚା ପତି ଏବଂ ୩-୪ଟି କେଶର ପକାଇ ଏହାକୁ ଫୁଟାନ୍ତୁ । ପରେ ଏହାକୁ ଏକ କପରେ ଛାଣନ୍ତୁ ଏବଂ ମହୁ ମିଶାଇ ପିଅନ୍ତୁ ।
କ’ଣ ମିଳିଥାଏ ଫାଇଦା :

ଥଣ୍ଡା ଏବଂ କାଶ : ପ୍ରତ୍ୟେକ ଦିନ କେଶର ଚା’ କିମ୍ବା କ୍ଷୀର ପିଇଲେ ଥଣ୍ଡା, କାଶ ଏବଂ ଅନ୍ୟାନ୍ୟ ଇନଫେକ୍ସନରୁ ମୁକ୍ତି ମିଳିଥାଏ । କାରଣ କେଶର ଗରମଯୁକ୍ତ ହୋଇଥାଏ । ଯାହା ଶରୀରକୁ ଶୀଘ୍ର ସୁସ୍ଥ କରିବାରେ ସାହାଯ୍ୟ କରିଥାଏ । ଏହା ପିଇବା ଦ୍ୱାରା ଇମ୍ୟୁନିଟି ମଜବୁତ ହୋଇଥାଏ ।

ଦୃଷ୍ଟି ଶକ୍ତି ବଢ଼ାଇଥାଏ : ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ଘରର କୌଣସି ଶିଶୁକୁ କମ ଦେଖାଯିବାର ସମସ୍ୟା ହେଉଛି, ତେବେ ତାକୁ ମଧ୍ୟ ପ୍ରତ୍ୟେକ ଦିନ କେଶର ଚା’ ପିଇବାକୁ ଦିଅନ୍ତୁ । ଏହା ଦ୍ୱାରା ଆଖିର ଦୃଷ୍ଟିଶକ୍ତି ବଢ଼ିଥାଏ ଏବଂ ଅନ୍ୟାନ୍ୟ ରୋଗ ଦୂର ହୋଇଥାଏ ।

ମୁଣ୍ଡ ବିନ୍ଧାରୁ ମୁକ୍ତି : ଆପଣଙ୍କୁ ଯଦି ଲଗାତାର ଭାବେ ମୁଣ୍ଡବିନ୍ଧାର ସମସ୍ୟା ରହୁଛି, ତେବେ ଏଭଳିସ୍ଥିତିରେ କ୍ଷୀର ଚା’କୁ ବନ୍ଦ କରି କେଶର ଚା’ ପିଇବା ଆରମ୍ଭ କରନ୍ତୁ ।

ପିରିୟଡ୍ସ କଷ୍ଟର ଚିକିତ୍ସା : ପିରିୟଡ୍ସ ସମୟରେ ହେଉଥିବା ପେଟ ଦରଜ ଏବଂ ଯନ୍ତ୍ରଣାର ସମସ୍ୟାକୁ ଦୂର କରିବା ପାଇଁ ଏହି ଚା’ ଲାଭଦାୟକ ହୋଇଥାଏ ।

ଅନ୍ତସ୍ଥଳୀକୁ ସୁସ୍ଥ ରଖିଥାଏ : କେଶର ଚା’ ଅନ୍ତକୁ ଡିଟକ୍ସ କରିବାରେ ମଧ୍ୟ ଲାଭଦାୟକ ହୋଇଥାଏ । ଅନ୍ତ ସୁସ୍ଥ ରହିଲେ ଡାଇଜେଷ୍ଟିଭ ସିଷ୍ଟମ ମଧ୍ୟ ନିଜ କାମ ଠିକ ଭାବେ କରିପାରିବ ।

ଗଣ୍ଠି ଦରଜରୁ ଆରାମ : ଯଦି ଆପଣଙ୍କର ଗଣ୍ଠି ଯନ୍ତ୍ରଣା, ଅଣ୍ଟା ତଥା ମାଂସପେଶୀରେ ଦରଜ ରହୁଛି, ତେବେ ପ୍ରତ୍ୟେକ ଦିନ କେଶର ଯୁକ୍ତ କ୍ଷୀର ପିଅନ୍ତୁ । ଏହାକୁ ପିଇବା ଦ୍ୱାରା ଏହି ସମସ୍ତ ସମସ୍ୟା ଦୂର ହେବ ।

 

Get real time updates directly on you device, subscribe now.