ଅକ୍ଟୋବରରେ କେତୁ କରିବାକୁ ଯାଉଛନ୍ତି ରାଶି ପରିବର୍ତ୍ତନ, ଏହି ରାଶିମାନଙ୍କର ବଦଳିଯିବ ଭାଗ୍ୟ

ନୂଆଦିଲ୍ଲୀ: ବୈଦିକ ବିଦ୍ୟା ଅନୁସାରେ କେତୁକୁ ଛାୟା ଗ୍ରହ କୁହାଯାଇଥାଏ । ଅନ୍ୟ ଗ୍ରହ ପରି କେତୁ ବି ସମୟ ସମୟରେ ରାଶି ପରିବର୍ତ୍ତନ କରିଥାଏ । କେତୁର ଗୋଚର ମହତ୍ତ୍ୱପୂର୍ଣ୍ଣ ମନେ କରାଯାଏ । କେତୁର ଶୁଭ ସ୍ଥିତି ଦ୍ୱାରା ବ୍ୟକ୍ତି ଜୀବନରେ ସୁଖ ଶାନ୍ତି ଭରିଯାଏ ଅନ୍ୟଥା କେତୁର ଖରାପ ସ୍ଥିତିରେ ଦୁଃଖ ଦୁର୍ଦ୍ଦଶା ବଢିଯାଏ । ଅକ୍ଟୋବରରେ କେତୁ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହା କିଛି ରାଶିଙ୍କ ଲାଗି ଶୁଭ ତ ଆଉ କିଛି ରାଶିଙ୍କ ଲାଗି ଅଶୁଭ ଫଳ ଆଣିବ । ୩୦ ଅକ୍ଟୋବରରେ କେତୁ ତୁଳା ରାଶିରୁ କନ୍ୟା ରାଶିକୁ ପ୍ରବେଶ କରିବେ । କେତୁଙ୍କ ଏହି ଗୋଚର କେତେକ ରାଶି ଲାଗି ଶୁଭ ମନେ କରାଯାଉଛି ।

ମେଷ ରାଶି: କେତୁର ରାଶି ପରିବର୍ତ୍ତନ ମେଷ ରାଶି ଲାଗି ଲାଭଦାୟକ ସାବ୍ୟସ୍ତ ହୋଇପାରେ । କେତୁ ମେଷ ରାଶିର ଷଷ୍ଠ ଭାଗରେ ଗୋଚର କରିବାକୁ ଯାଉଛନ୍ତି । ଏପରି ସ୍ଥିତିରେ ମେଷ ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ଜୀବନସାଥୀଙ୍କ ସହ ପ୍ରେମ ସମ୍ବନ୍ଧରେ ମଧୁରତା ଭରିଯିବ । ବ୍ୟବସାୟ କ୍ଷେତ୍ରରେ ଏପରି ଯୋଜନା ବନାନ୍ତୁ ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଆପଣଙ୍କ ଲାଗି ଭଲ ଲାଭ ଆଣିଦେବ ।

ବିଛା:ଏହି ରାଶିର ଲୋକଙ୍କ ଲାଗି କେତୁଙ୍କ ଏହି ଗୋଚର ଶୁଭ ଫଳ ଆଣି ଦେବ । କେତୁ ଆପଣଙ୍କ ରାଶିର ଏକାଦଶ ଭାବରେ ଗୋଚର କରିବାକୁ ଯାଉଛନ୍ତି । ଏହି ସମୟରେ ଆପଣଙ୍କର ଅଟକି ରହିଥିବା କାମ ହୋଇଯିବ । ବ୍ୟବସାୟରେ ଭଲ ଡିଲ୍ ମିଳିପାରେ । ଧନ ଆଗମନର ଯୋଗ ରହିଛି । ଆପଣ ଅନାବଶ୍ୟକ ଖର୍ଚ୍ଚରୁ ନିବୃତ୍ତ ରହିବା ଉଚିତ । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହିତ ଚିନ୍ତାରୁ ଦୂରେଇ ରହନ୍ତୁ ।

କର୍କଟ ରାଶି: କେତୁର ଗୋଚର କର୍କଟ ରାଶିର ଲୋକଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବ । ଆପଣଙ୍କ ରାଶିର ତୃତୀୟ ଭାଗରେ କେତୁ ଗୋଚର କରିବାକୁ ଯାଉଛନ୍ତି । ଏହି ସମୟରେ କୌଣସି ବି ଶୁଭ କାର୍ଯ୍ୟ କରିବା ଆପଣଙ୍କ ଲାଗି ଶୁଭ ରହିବ । ଭାଇ ଭଉଣୀଙ୍କ ସହ ସଂପର୍କରେ ସୃଷ୍ଟି ହୋଇଥିବା ଦୂରତ୍ୱ ଦୂର ହେବ । ଆର୍ଥିକ ସମସ୍ୟା ବି ଧୀରେ ଧୀରେ ଦୂର ହୋଇଯିବ । ପରିବାର ସଦସ୍ୟଙ୍କ ସହ ଯାତ୍ରାରେ ବାହାରକୁ ଯାଇ ପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଚିତ ।