ଖାନ୍ ସାରଙ୍କୁ ଗିରଫ କଲା ପୋଲିସ: BPSC ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିବା ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ: ବିହାରରୁ ଆସିଛି ଏକ ବଡ଼ ଖବର । ବିହାର ଲୋକ ସେବା ଆୟୋଗ (ବିପିଏସସି) ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିବା ଖାନ୍ ସାରଙ୍କୁ ମହଙ୍ଗା ପଡ଼ିଛି । ଏହି ମାମଲାରେ ପୋଲିସ ଖାନ୍ ସାରଙ୍କୁ ଗିରଫ କରିଛି । ବିପିଏସସିରେ ନର୍ମାଲାଇସେଜନ ନ ରଖିବାକୁ ଦାବି କରି ଆଜି ଦିନସାରା ରାଜଧାନୀ ପାଟନାରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିଲେ । ତେବେ ଏଡା ମଧ୍ୟରେ ଆଜି ସନ୍ଧ୍ୟାରେ ପାଟନା ପୋଲିସ ଫେମସ୍ କୋଚିଂ ସଞ୍ଚାଳକ ଖାନ ସାର ଓ ଛାତ୍ର ନେତା ଦିଲୀପଙ୍କୁ ମଧ୍ୟ ହେପାଜତକୁ ନେଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ବିପିଏସସି ପ୍ରିଲିମିନାରୀ ପରୀକ୍ଷା ନିୟମରେ ପରିବର୍ତ୍ତନକୁ ନେଇ ଛାତ୍ରଛାତ୍ରୀଙ୍କ ସହିତ ଜଣାଶୁଣା ଶିକ୍ଷକ ଖାନ୍ ସାର ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ସେହି କାରଣରୁ ପୋଲିସ ଖାନ ସାରଙ୍କୁ ହେପାଜତକୁ ନେଇଥିବା ଜଣାପଡ଼ିଛି । ଡିସେମ୍ବର ୧୩ରେ ହେବାକୁ ଥିବା ବିପିଏସସି ପ୍ରାରମ୍ଭିକ ପରୀକ୍ଷା ନିୟମ ପରିବର୍ତ୍ତନକୁ ନେଇ ରାଜଧାନୀ ପାଟନା ସ୍ଥିତି ବିପିଏସସି କାର୍ଯ୍ୟାଳୟ ବାହାରେ ଆଜି ଶତାଧିକ ଆଶାୟୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏପରିକି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜ ମଧ୍ୟ କରିଥିଲା ।

ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ଆଶାୟୀଙ୍କୁ ଗର୍ଦନୀବାଗ ଧାରଣାସ୍ଥଳକୁ ପଠାଇ ଦିଆଯାଇଥିଲା । ତା’ପରେ ଛାତ୍ରଛାତ୍ରୀଙ୍କୁ ସାକ୍ଷାତ କରିବାକୁ ଧାରଣାସ୍ଥଳରେ ଖାନ୍ ସାର ପହଞ୍ଚିଥିଲେ । ଖାନ୍ ସାର ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିବା ସହ ବିହାର ସରକାରଙ୍କ ବିରୋଧରେ ଛାତ୍ରଛାତ୍ରୀଙ୍କୁ ଉସୁକାଇଥିଲେ । ବିଳମ୍ବିତ ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ସହ ପ୍ରଦର୍ଶନ କରିବା ପରେ ପୋଲିସ ଖାନ୍ ସାରଙ୍କୁ ହେପାଜତକୁ ନେଇ ଥାନାକୁ ଯାଇଥିଲା । ସେହି ସମୟରେ ଥାନା ଗେଟ ବାହାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଖାନ୍ ସାରଙ୍କୁ ଛାଡ଼ିବା ପାଇଁ ନାରାବାଜୀ କରିଥିଲେ । ତେବେ ଛାତ୍ରଛାତ୍ରୀ ଏକତ୍ର ହେବା ପରେ ପୋଲିସ ଖାନ୍ ସାରଙ୍କୁ ଛାଡ଼ି ଦେଇଥିବା କୁହାଯାଉଛି ।