ଖାନ ସାରଙ୍କ ବଡ଼ ବୟାନ, ଏ ଚାଞ୍ଚଲ୍ୟକର ବୟାନ ସତ ହେଲେ ଏମିତି ମାଟିରେ ମିଶିଯିବ ଭାରତ, ପଢ଼ନ୍ତୁ ଏ ରିପୋର୍ଟ…
ଭିଡିଓ ଖାନ୍ ସାର୍ ଦାବି କରିଛନ୍ତି ଯେ, ଗୁଗଲ ସର୍ଭିସ ବନ୍ଦ ହେଲେ କୌଣସି କାମ କରିପାରିବେ ନାହିଁ ଭାରତୀୟ ।
ଓଡ଼ିଶା ଭାସ୍କର: ଆମେରିକା ସହ ଟାରିଫ ଟେନ୍ସନ୍ ଭିତରେ ଏବେ ଖାନ୍ସାର୍ଙ୍କ ଏକ ଭିଡିଓ ଖୁବ ଭାଇରାଲ ହେଉଛି । କାରଣ ଭାରତ ପାଇଁ ଟ୍ରମ୍ପ୍ ଆଉ ବନ୍ଧୁ ହୋଇ ରହିନାହାନ୍ତି । କେତେବେଳେ କଣ କହୁଛନ୍ତି ତାହା ନକହିବା ଭଲ । ୫୦ ପ୍ରତିଶତ ଟାରିଫ ପରେ ସେ ଭାରତ ଉପରେ କେତେବେଳେ କଣ ପଦକ୍ଷେପ ନେବେ ତାହା ବି କହିବା ମୁସ୍କିଲ । ଏହାକୁ ନେଇ ଏକ ବଡ଼ ଆଶଙ୍କା କରିଛନ୍ତି ଖାନ୍ ସାର୍ ।
ଏକ ଭିଡିଓରେ ଖାନ୍ ସାର୍ କହିଛନ୍ତି, କେମିତି ଆମେରିକା ସହ ସମ୍ପର୍କ ଖରାପ ହେଲେ ଭାରତକୁ ବଡ଼ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । ଏଥିରେ ଖାନ୍ ସାର୍ ଦାବି କରିଛନ୍ତି ଯେ ଆମେରିକା ଚାହିଲେ ଭାରତରେ ଜି-ମେଲ୍ ସର୍ଭିସ୍ ବନ୍ଦ କରିପାରେ । ଯାହାଦ୍ୱାରା ଭାରତର ଡିଜିଟାଲ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ିଯିବ । କାରଣ ବର୍ତ୍ତମାନ ସମୟରେ ପ୍ରତ୍ୟେକ ଡିଜିଟାଲ ସୁବିଧା ପାଇବାକୁ ହେଲେ ଜିମେଲ୍ ଏକ ପ୍ରକାର ନିତାନ୍ତ ଆବଶ୍ୟକ ।
ଭିଡିଓ ଖାନ୍ ସାର୍ ଦାବି କରିଛନ୍ତି ଯେ, ଗୁଗଲ ସର୍ଭିସ ବନ୍ଦ ହେଲେ କୌଣସି କାମ କରିପାରିବେ ନାହିଁ ଭାରତୀୟ । ମୋବାଇଲ ସେବା ସମ୍ପୂର୍ଣ୍ଣ ଠପ ହୋଇଯିବ । ଗୁଗଲ ଲଗ୍ଇନ୍ ପରେ ହିଁ ଏବେ ମୋବାଇଲ ବ୍ୟବହାର ଯୋଗ୍ୟ ହେଉଛି । ଜିମେଲ୍ ଲଗ୍ଇନ୍ ନକଲେ ଗୁଗଲ ସର୍ଚ୍ଚ ଇଞ୍ଜିନ ବି ବ୍ୟବହାର କରିହେବନି । ସମସ୍ତ ଅଫିସିଆଲ କାମ ଏବେ ଜିମେଲ୍ ଆଧାରିତ । ହ୍ୱାଟ୍ସଆପ୍ରେ ମେସେଜ୍କୁ ଏବେ ବି ଅନେକ ବଡ଼ବଡ଼ କର୍ପୋରେଟ୍ ସେକ୍ଟରରେ ବୈଧ ବୋଲି ମାନୁ ନାହାନ୍ତି । ବଡ଼ କଥା ହେଉଛି ୟୁପିଆଇ ସର୍ଭିସ୍ ବାଧାପ୍ରାପ୍ତ ହୋଇପାରେ ।
ପଢ଼ନ୍ତୁ ଅଧିକ ଖବର….Video: ଟେନିସରେ ଲଢୁଥିଲେ ବାଘ-ସିଂହ, ଗର୍ଜନରେ କମ୍ପୁଥିଲା କୋର୍ଟ, କେହି କାହାକୁ ଛାଡିବାକୁ ନ ଥିଲେ ପ୍ରସ୍ତୁତ, ଶେଷରେ ବାଜି ମାରିନେଲା…
ପ୍ରଶ୍ନ ଉଠୁଛି ହେଉଛି ଖାନ୍ ସାର୍ଙ୍କ ଆଶଙ୍କା ବାସ୍ତବ ରୁପ ନେଲେ ସତରେ ଏକ ବଡ଼ ସମସ୍ୟା ସୃଷ୍ଟି ହେବ ? ଏହାର ଉତ୍ତର ହେଉଛି ଏଭଳି ସ୍ଥିତି ଉତ୍ପନ୍ନ ହେଲେ କିଛି ସମୟ ପାଇଁ ଲୋକଙ୍କୁ ସମସ୍ୟା ପଡ଼ିପାରେ । କିନ୍ତୁ ଏହି ସମସ୍ୟା ଚିରସ୍ଥାୟୀ ରହିବନି ।
କାରଣ ଗୁଗଲ ପ୍ଲେ ‘ ଷ୍ଟୋର ବନ୍ଦ ହେଲେ ଅନ୍ୟାନ୍ୟ ଚାଇନା ଆପ୍ ବି ରହିଛି ଯେଉଁଠି ଆପ୍ଲିକେସନ ଡାଉନଲୋଡ୍ ହୋଇପାରିବ । ଏହାଛଡ଼ା ଭାରତର ଇଣ୍ଡସ୍ ଆପ୍ ଷ୍ଟୋର ବି ରହିଛି, ତେବେ ଏହା ଏବେ ଟେଷ୍ଟିଂ ମୋଡ୍ରେ ରହିଛି । କିନ୍ତୁ ଏବେବି ୟୁଜର୍ସ ଏଥିରୁ ଆପ୍ ଡାଉନଲୋଡ୍ କରିପାରିବେ ।
ଭାରତରେ ଗୁଗଲ କିମ୍ବା ଜିମେଲ୍ ସର୍ଭିସ୍ ବନ୍ଦ ହେଲେ ଭାରତକୁ ବିକଳ୍ପ ଖୋଜିବାକୁ ହେବ । ଏହା ଏକ ବୈପ୍ଲବିକ ପରିବର୍ତ୍ତନ ହୋଇପାରେ । ଏଠାରେ ଚୀନର ଉଦାହରଣ ନିଆଯାଇପାରେ । କାରଣରେ ଚୀନରେ ଗୁଗଲର କୌଣସି ସର୍ଭିସ୍ ମିଳେନି । ନା ଏଠାରେ ଜିମେଲ୍ ଅଛି ନା ୟୁଟ୍ୟୁବ୍ ଚାଲୁଛି ।
ପଢ଼ନ୍ତୁ ଅଧିକ ଖବର…ଲଗାତାର 5 ଦିନ ରାଜ୍ୟକୁ କନ୍ଦାଇବ ବର୍ଷା, ତ୍ରାହି ତ୍ରାହି କହିବେ ଲୋକେ, ହେଲେବି ଆହୁରି ବିକଳ କରିବ ବିଜୁଳି, ଘଡ଼ଘଡି…
ଏହାସତ୍ତ୍ୱେ ବି ସେଠାରେ ଲୋକ ନିର୍ଦ୍ୱନ୍ଦ୍ୱରେ ଇଣ୍ଟରନେଟ୍ ସେବା ବ୍ୟବହାର କରୁଛନ୍ତି ଲୋକେ । ଚୀନରେ ଏବେ ୧୦ଜି ସୁପରସ୍ପିଡ୍ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ୟୁଜର୍ସ । ଏହାଛଡ଼ା ଗୁଗଲ ପାଇଁ ମଧ୍ୟ ଭାରତରେ ସର୍ଭିସ ବନ୍ଦ କରିବା ସହଜ ହେବନି । ବନ୍ଦ ହେଲେ ବି ଭାରତର ଏହାର ବିକଳ୍ପ ଖୋଜିନେବ । କାରଣ ଡାଟା ଲୋକାଲାଇଜେସନ୍ ଏବେ କାମ ଆରମ୍ଭ କରି ସାରିଛନ୍ତି ଭାରତ ସରକାର ।