fbpx

ଖଣ୍ଡଗିରି ଯାତ୍ରା ମହାସମର; ପ୍ରଶଂସା ସାଉଁଟୁଛି ସ୍ବପ୍ନ ମହଲ ଗଣନାଟ୍ୟର ଯାତ୍ରା ‘କେତେ କାନ୍ଦିବୁରେ ଗୌର ଦାସ’

Advertisement

ଭୁବନେଶ୍ୱର: ଖଣ୍ଡଗିରି ଯାତ୍ରା ମହାସମରରେ ଦେଖିବାକୁ ମିଳୁଛି ଦର୍ଶକଙ୍କ ଖଚାଖଚ୍ ଭିଡ଼। ଗୌରୀ ଗଣନାଟ୍ୟର ‘ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା’ ନାଟକ ପରେ ପରେ ଏବେ ଚର୍ଚ୍ଚାରେ ସ୍ବପ୍ନ ମହଲ ଗଣନାଟ୍ୟର ଯାତ୍ରା ‘କେତେ କାନ୍ଦିବୁରେ ଗୌର ଦାସ’। ଜଲିଉଡ୍ ଜଗତର ଆଗଧାଡ଼ିର ଯାତ୍ରାନୁଷ୍ଠାନ ସ୍ବପ୍ନ ମହଲ ଖଣ୍ଡଗିରି ଯାତ୍ରା ମହାସମରରେ ସଫଳତା ସାଉଁଟିବା ଆରମ୍ଭ କରିଛି। ଏଥର ଏହି ପାର୍ଟିର ମୁଖ୍ୟ ଆକର୍ଷଣ ସାଜିଛନ୍ତି ଟ୍ରାଜେଡି କିଙ୍ଗ୍ ଗୌର ଦାସ ଏବଂ ପ୍ରମୁଖ ନାୟିକା ରାଧା ଏବଂ ନମିତା।

ଅନ୍ୟତମ ପ୍ରମୁଖ ପ୍ରଯୋଜକ ଇଂ. ପ୍ରମୋଦ କୁମାର ସ୍ବାଇଁଙ୍କ ପ୍ରଯୋଜିତ ଏହି ଅପେରା ପାର୍ଟି ଏବର୍ଷ ପରିବେଷଣ କରୁଥିବା ନୂଆ ନାଟକଗୁଡ଼ିକ ଦର୍ଶକଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇଛି। ସେଗୁଡ଼ିକ– ହେଲା- ଡ. ଦୀପକ ଜେନାଙ୍କ ରଚିତ ଓ ବିକ୍ରମ ନାୟକଙ୍କ ନିର୍ଦ୍ଦେଶିତ ‘କେତେ କାନ୍ଦିବୁରେ ଗୌର ଦାସ, ଅଜୟ ସ’ଙ୍କ ରଚିତ ଓ ତାପସ ସ୍ବାଇଁଙ୍କ ନିର୍ଦ୍ଦେଶିତ ‘ହାରିବନି କେବେ ବାପର ପୁଅ’, ଡ. ନିହାର ରଞ୍ଜନ ମହାନ୍ତିଙ୍କ ରଚିତ ଓ ପ୍ରଶାନ୍ତ କୁମାର ନାୟକଙ୍କ ନିର୍ଦ୍ଦେଶିତ ‘କେମିତି ହେଲା ଏମିତି ପ୍ରେମ ଏବଂ ଆଶୁତୋଷ ମହାପାତ୍ରଙ୍କ ରଚିତ -ନିର୍ଦ୍ଦେଶିତ ‘ସ୍ନେହ କାଙ୍ଗାଳ’।

ବିଶେଷ ଭାବରେ ‘କେତେ କାନ୍ଦିବୁରେ ଗୌର ଦାସ’ ନାଟକରେ ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ଅନିମା ପାଢ଼ୀଙ୍କ ଡାଏଲଗ୍ – ‘ମୋ ନାଁ ରଙ୍ଗ ମୋ ବାପାକ ପାଙ୍କ ନାଁ ଭାଙ୍ଗ, ମୋ ବାପ ଘର କୁଜଙ୍ଗ, ମୋ ଶାଶୁଘର ବାରଙ୍ଗ, ମୋ ମୁଣ୍ଡ ଥଣ୍ଡା ଥିଲେ ପିଲାଠୁ ବୁଢ଼ା ମୋ ସାଙ୍ଗ ଆଉ ମୋ ମୁଣ୍ଡକୁ ଥରେ ପିତ୍ତ ଉଠିଲେ ମୁଁ ପାର୍ଟ ଶ୍ରୀ ଦବଙ୍ଗ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। କେବଳ ନାଟକ ନୁହେଁ, ଆକର୍ଷଣୀୟ ମେଲୋଡି, ରେକର୍ଡ ଡ୍ୟାନ୍ସ ସାଙ୍ଗକୁ ଆଖୁ ଝଲସିଲା ଭଳି ମଞ୍ଚ ଦର୍ଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଏଥର ଏହି ପାର୍ଟିରେ ଗୌର-ରାଧ ନମିତାଙ୍କ ବ୍ୟତୀତ ମୁନା, ଖଳନାୟକ ସତ୍ୟ ଓ ଦିବାକର, ଚନ୍ଦନ, ବାପି, କମେଡିଆନ ଦିନା ପଣ୍ଡା ଓ ନରି ପଣ୍ଡା, ଅନିମା ପାଢ଼ୀ ଏବଂ ଖଳନାୟିକ ମାମୁନିଙ୍କୁ ଦେଖୁବାକୁ ମିଳିଛି। ତେବେ ଶୁଣିନିଅନ୍ତୁ କଣ କହୁଛନ୍ତି ଟ୍ରାଜେଡି କିଙ୍ଗ୍ ଗୌର ଦାସ।…

Get real time updates directly on you device, subscribe now.