fbpx

(Video): ହାରିଗଲେ ଖିଲାଡି, ଜିତିଲେ ସାଉଥ ସୁପରଷ୍ଟାର, ୫୦ କୋଟି କ୍ଲବରେ ସାମିଲ ହେଲା ‘ଇଣ୍ଡିଆନ -୨’, ‘ସରଫିରା’ର କ’ଣ ରହିଛି ହାଲ….

ଓଡିଶା ଭାସ୍କର : ସିନେମା ହଲରେ ବର୍ତ୍ତମାନ ସାଉଥ ସହିତ ଲଢେଇ ହେଉଛି ବଲିଉଡର । ସାଉଥ ସୁପରଷ୍ଟାର କମଲ ହସନଙ୍କ ସହ ଲଢୁଛନ୍ତି ବଲିଉଡ ଖିଲାଡି ଅକ୍ଷୟ କୁମାର । ମାନେ ମୁହାମୁହିଁ ହେଉଛନ୍ତି ‘ଇଣ୍ଡିଆନ-୨’ ଓ ‘ସରଫିରା’ । କମଲ କଲ୍କି ‘୨୮୯୮ ଏଡି’ ପାଇଁ ଚର୍ଚ୍ଚାରେ ଥିବାବେଳେ ଅକ୍ଷୟ କୁମାର ଗତ କିଛି ବର୍ଷ ହେବ ବକ୍ସ ଅଫିସରେ ହିଟ ପାଇଁ ଅପେକ୍ଷାରତ ।

‘ଇଣ୍ଡିଆନ -୨’ ସିନେମାଘରରେ ଧୂମ ମଚାଉଛି । ଫିଲ୍ମ ବକ୍ସ ଅଫିସରେ ୨୫.୬ କୋଟି ରୋଜଗାର କରି ଖାତା ଖୋଲିଛି । ଦ୍ୱିତୀୟ ଦିନରେ ଏହି ସିନେମା ୧୮.୨ କୋଟି କଲେକ୍ସନ କରିଛି । ତୃତୀୟ ଦିନରେ ସିନେମାଟି ପ୍ରାୟ ୭.୪୧ କୋଟି ଆୟ କରିଛି । ତିନି ଦିନରେ ‘ଇଣ୍ଡିଆନ-୨’ ପ୍ରାୟ ୫୧.୨୧ କୋଟି ଆୟ କରି ସାରିଛି ।

 

View this post on Instagram

 

A post shared by Lyca Productions (@lycaproductions)

ସେହିଭଳି ‘ସରଫିରା’ ୨.୫ କୋଟିରେ ନିଜର ଓପନିଂ କରିଛି । ଦ୍ୱିତୀୟ ଦିନରେ ଏହି ସିନେମା ମାତ୍ର ୪.୨୫ କୋଟି ଆୟ କରିଛି । ସେହିଭଳି ତୃତୀୟ ଦିନରେ ସିନେମାଟି ୨.୬୩ କୋଟି ରୋଜଗାର କରି ପାରିଛି । ତିନି ଦିନରେ ମାତ୍ର ୯.୩୮ କୋଟି ଟଙ୍କା ରୋଜଗାର କରିଛି ଖିଲାଡି କୁମାରଙ୍କ ‘ସରଫିରା’ । ଯାହା କମଲଙ୍କ ସାମ୍ନାରେ ଫିକା ପଡି ଯାଇଛି । ୧୨ ଜୁଲାଇରେ ‘ସରଫିରା’ ରିଲିଜ ହୋଇଥିଲା । ରିଲିଜ ପୂର୍ବରୁ ଏହା ବେଶ୍ ଚର୍ଚ୍ଚା ମଧ୍ୟ ସାଉଁଟିଥିଲା । ହେଲେ ଏବେ ଏହା ସୁପରଷ୍ଟାର କମଲ ହସନଙ୍କ ସିନେମା ‘ଇଣ୍ଡିଆନ -୨’ ସାମ୍ନାରେ ଫ୍ଲପ ସାବ୍ୟସ୍ତ ହୋଇଛି ।

 

 

View this post on Instagram

 

A post shared by Akshay Kumar (@akshaykumar)

Get real time updates directly on you device, subscribe now.