fbpx

ରିଲିଜ ହୋଇନି, ହେଲେ ଇତିହାସ ରଚିସାରିଲାଣି ଖିଲାଡି କୁମାରଙ୍କ ସିନେମା ‘ସରଫିରା’

Advertisement

ଓଡିଶା ଭାସ୍କର: ଗୋଟିଏ ପରେ ଗୋଟିଏ ଫ୍ଲଫ ଫିଲ୍ମ ଦେଇ ଚାଲିଥିବା ଅକ୍ଷୟକୁମାର ଓ ତାଙ୍କ ପ୍ରଶଂସକଙ୍କ ମନରେ ଆଶା ଭରିଛି ତାଙ୍କ ଆଗାମୀ ସିନେମା ‘ସରଫିରା’ । ଏହି ସିନେମା ହଲକୁ ୧୨ ଜୁଲାଇରେ ଆସୁଛି । ଅକ୍ଷୟଙ୍କୁ ମଧ୍ୟ ନିଶ୍ଚୟ ଆଶା ଥିବ ଏ ସିନେମା ତାଙ୍କ ଫ୍ଲପ ସିନେମା ଦୌଡରେ ବ୍ରେକ ଲଗାଇବ । ଖିଲାଡି କୁମାର ମଧୟ ତାଙ୍କ ଫ୍ୟାନ୍ସଙ୍କୁ ମନୋରଞ୍ଜନ ଦେବା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି । ‘ସରଫିରା’ ରିଲିଜ ଡେଟର କାଉଣ୍ଟଡାଉନ ମଧ୍ୟ ଆରମ୍ଭ ହୋଇଗଲାଣି । ଇତିମଧ୍ୟରେ ଏହାର ଟ୍ରେଲର ରିଲିଜ କରାଯାଇଛି । ଯାହା ଏକ ବଡ ରେକର୍ଡ ମଧ୍ୟ କରି ସାରିଛି । ସିନେମା ‘ସରଫିରା’ ବକ୍ସ ଅଫିସରେ ହିଟ ହୋଇପାରେ ବୋଲି ଏ ରେକର୍ଡ କହୁଛି । ୧୮ ଜୁନରେ ଜାରି କରାଯାଇଥିବା ଏହାର ଟ୍ରେଲର କମ୍ ସମୟରେ ୨୦୨୪ ମସିହାର ହିନ୍ଦୀ ସିନେମାରେ ସବୁଠୁ ବେଶୀ ଦେଖିଥିବା ଟ୍ରେଲର ସାବ୍ୟସ୍ତ ହୋଇଛି । ଏହି ମାମଲାରେ ଅକ୍ଷୟ ଶାହିଦଙ୍କ ସିନେମା ‘ତେରେ ବାତୋଁ ମେ ଏସା ଉଲଝା ଜିୟା’ ର ଟ୍ରେଲରକୁ ମାତ ଦେଇଛି ।

‘ସରଫିରା’ର ଟ୍ରେଲରକୁ ପ୍ରାୟ ୬ କୋଟି ୮୭ ଲକ୍ଷ ୩୭ ହଜାର ୨୨୮ ଜଣ ଦେଖିସାରିଛନ୍ତି । ଯାହା ଚଳିତବର୍ଷର ଏବେ ପର୍ଯ୍ୟନ୍ତ ରିଲିଜ ହୋଇଥିବା ହିନ୍ଦୀ ସିନେମା ଟ୍ରେଲର ଦେଖିଥିବା ମଧ୍ୟରେ ସର୍ବାଧିକ ଅଟେ । ଶାହିଦଙ୍କ ‘ତେରେ ବାତୋଁ ମେ ଏସା ଉଲଝା ଜିୟା’ ର ଟ୍ରେଲରକୁ ମୋଟ ୫୯ ମିଲିୟନ, ମାନେ ପ୍ରାୟ ୫ କୋଟି ୯୦ ଲକ୍ଷ ଲୋକ ଦେଖିଥିଲେ । ଯାହାର ରେକର୍ଡ ଭଙ୍ଗ କରିଛି ଅକ୍ଷୟଙ୍କ ‘ସରଫିରା’।

 

View this post on Instagram

 

A post shared by Akshay Kumar (@akshaykumar)

Get real time updates directly on you device, subscribe now.