ମାଆ ହେବା ପରେ କିଆରା ଆଡଭାନୀଙ୍କ ପ୍ରଥମ ପୋଷ୍ଟ, ଖୁସିରେ କହିଲେ- ଆମ ଦୁନିଆ ବଦଳିଗଲା
କିଆରା ଆଡଭାନୀ ମାଆ ହେବା ପରେ କଲେ ଏହି ପୋଷ୍ଟ, ଦେଖନ୍ତୁ
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ନିଜ ଜୀବନର ଏକ ନୂତନ ପର୍ଯ୍ୟାୟ ଆରମ୍ଭ କରିଛନ୍ତି। ଏହି ସେଲିବ୍ରିଟି ଦମ୍ପତିଙ୍କର ଏକ ଶିଶୁକନ୍ୟା ହୋଇଛି।
ବୁଧବାର (ଜୁଲାଇ 16) ଦିନ, ଉଭୟେ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ନୋଟ୍ ମାଧ୍ୟମରେ ଅଫିସିଆଲ ଭାବରେ ଏହି ଖବର ଘୋଷଣା କରିଛନ୍ତି।
ବୁଧବାର ଦିନ, ଏହି ଦମ୍ପତି ଇନଷ୍ଟାଗ୍ରାମରେ ଏକ Combined Note ପୋଷ୍ଟ କରିଛନ୍ତି। ଏଥିରେ ଲେଖାହୋଇଛି, “ଆମର ହୃଦୟ ପୂର୍ଣ୍ଣ ଏବଂ ଆମର ଦୁନିଆ ସବୁଦିନ ପାଇଁ ବଦଳି ଯାଇଛି। ଆମେ ଏକ ଶିଶୁକନ୍ୟା ସହ ଆଶୀର୍ବାଦ ପାଇଛୁ।”
View this post on Instagram
ସେମାନେ ହାତ ଯୋଡି, ଏକ ହାର୍ଟ ଏବଂ ଏକ ଇଭିଲ ଆଇ ଇମୋଜି ସହ ଏହି ନୋଟ୍ ସେୟାର କରିଛନ୍ତି। ନୋଟ୍ ରେ ଗୋଲାପୀ ରଙ୍ଗର ଟଚ ରହିଛି, ଯାହା ଉପରେ ହାର୍ଟ ଏବଂ ଷ୍ଟାର ମଧ୍ୟ ରହିଛି। କିଆରା ଏକ ଶିଶୁକନ୍ୟା ଜନ୍ମ ଦେବା ଖବରର କିଛି ଘଣ୍ଟା ପରେ ଏହି ନୋଟ୍ ସେୟାର କରାଯାଇଛି। ଶେଷରେ, ଉଭୟଙ୍କ ନାମ “କିଆରା ଏବଂ ସିଦ୍ଧାର୍ଥ” ଲେଖାଯାଇଛି।
ମଙ୍ଗଳବାର (ଜୁଲାଇ ୧୫) ଦିନ, ସିଦ୍ଧାର୍ଥ ଏବଂ କିଆରା ଆଡଭାନୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ବୋଲି ଖବର ଆସିଥିଲା। ମା ଏବଂ ଶିଶୁ ଉଭୟ ସୁସ୍ଥ ଥିବା ରିପୋର୍ଟ ହୋଇଥିଲା। ଶିଶୁ କନ୍ୟାଟି “ମୁମ୍ବାଇର ରିଲାଏନ୍ସ ହସ୍ପିଟାଲରେ ସାଧାରଣ ପ୍ରସବ ମାଧ୍ୟମରେ” ଜନ୍ମ ହୋଇଛି ବୋଲି ରିପୋର୍ଟ ମିଳିଛି।