ଆଜି ଜନ୍ମିତ ଶିଶୁର ହେବ ନୂଆ ନାମକରଣ, ପିଲାଙ୍କୁ ଡକାଯିବ ‘ବିଟା କିଡ୍ସ’,

ନୂଆଦିଲ୍ଲୀ:  ଆଜିଠୁ ନୂଆବର୍ଷ ଆରମ୍ଭ ହୋଇଛି । ଆଜିର ଦିନକୁ ସ୍ପେସାଲ କରିବା ପାଇଁ ସମସ୍ତଙ୍କର ଇଚ୍ଛା ରହିଥାଏ । କାରଣ ନୂଆ ବର୍ଷରେ ଯାହା କରିବେ ବର୍ଷସାରା ତାହା ହେବା ନେଇ ସମସ୍ତେ ଭାବିଥାନ୍ତି । ତେବେ ଆଜିଠୁ ନୂଆ ଜେନେରେସନର ଯୁଗ ଆରମ୍ଭ ହୋଇଛି । ଆଜିଠୁ ଯେଉଁ ଛୁଆ ଜନ୍ମ ହେବେ ସେମାନେ ବିଟା ବର୍ଗରେ ଅନ୍ତର୍ଭୁକ୍ତ ହେବେ । 2025 ବର୍ଷରୁ ଜନ୍ମ ହୋଇଥିବା ପିଢିକୁ ଜେନେରେସନ୍ ବିଟା କୁହାଯାଉଛି । ପୂର୍ବରୁ ଆଲଫା ପିଢି ଜାରି ରହିଥିବା ବେଳେ ଏହା ଡିସେମ୍ବର ମାସରେ ଶେଷ ହୋଇଛି ।

ଆଜିଠୁ ବିଟା ଯୁଗ ଆରମ୍ଭ ହୋଇଥିବା ବେଳେ ଏହା 2025 ମସିହାରୁ 2039 ମସିହା ପର୍ଯ୍ୟନ୍ତ ଚାଲିବ । ଏହି ବର୍ଷ ମଧ୍ୟରେ ଜନ୍ମିତ ଛୁଆକୁ ବିଟା ଜେନେରେସନ ବୋଲି କୁହାଯିବ । ଜେନ ବିଟା ପୂର୍ବରୁ ଜେନ ଆଲଫା (ଜନ୍ମ 2010-2024) ଏବଂ ଏହା ପୂର୍ବରୁ ଜେନ ଜେ (ଜନ୍ମ 1997-2012) ପୂର୍ବରୁ ରହିଥିଲା । ଜେନ ଆଲଫା ଠାରୁ ଆରମ୍ଭ କରି ଲୋକମାନେ ଗ୍ରୀକ୍ ବର୍ଣ୍ଣମାଳାରୁ ଅକ୍ଷର ବ୍ୟବହାର କରି ଏହି ପିଢି ନାମକରଣ କରିବା ଆରମ୍ଭ କଲେ । ତେଣୁ ଜେନ ଆଲଫା ଆସିବା ପରେ ଜେନ ବିଟା ଏବଂ ଭବିଷ୍ୟତରେ ମଧ୍ୟ ଏହିପରି ହିଁ ନାମକରଣ କରାଯିବ । ଆମେ 2025 ମସିହାରେ ଜନ୍ମ ହେବାକୁ ଥିବା ପିଲାମାନଙ୍କୁ “ବିଟା କିଡ୍ସ” ବୋଲି କୁହାଯିବ ।