KIIT Student Death: ନେପାଳରେ ରାସ୍ତାକୁ ଓହ୍ଲାଇଲେ ଛାତ୍ର ସଂଘ, ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ
କିଟ୍ ଛାତ୍ରୀ ମୃତ୍ୟୁ ଘଟଣା । ନେପାଳରେ ହଙ୍ଗାମା ।
ଭୁବନେଶ୍ବର: କିଟରେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ପୁରା ହୁଲୁସ୍ତୁଲୁ । ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଚାରିଆଡେ ବିରୋଧର ସ୍ବର ଦେଖିବାକୁ ମିଳୁଛି । କାଠମାଣ୍ଡୁରେ ନେପାଳୀ କଂଗ୍ରେସ ପାର୍ଟି ରାସ୍ତାକୁ ଓହ୍ଲାଇଛି । ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ କରୁଥିବା ଦେଖାଯାଇଛି ।
କିଟ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଛାତ୍ର ସଂଘ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ କୁହାଯାଇଛି । ପ୍ରକାଶଥାଉକି, ରବିବାର ସନ୍ଧ୍ୟାରେ ଜଣେ ଛାତ୍ରୀ କିଟରେ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା ।
ଛାତ୍ରୀ ମୃତ୍ୟୁକୁ ନେଇ ଗତକାଲି କଲେଜ କ୍ୟାମ୍ପସରେ ବ୍ୟାପକ ଉତ୍ତେଜନା ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ କଲେଜରେ ସାଇନ-ଏ-ଡାଏ ଘୋଷଣା କରାଯାଇଛି ।
ଗାଳିଗୁଲଜ କରିବା ସହିତ ମାଡ଼ମାରି ତଡି ଦେଇଥିଲେ । ଏହାକୁ ନେଇ ଚାରିଆଡେ ପ୍ରତିବାଦ ଦେଖାଯାଇଥିଲା । ତେବେ ମାଡ ମାରିଥିବା ଦୁଇ ସିକ୍ୟୁରିଟି ଗାର୍ଡକୁ ବହିଷ୍କାର କରାଯାଇଛି । ଏଥିସହିତ ହଷ୍ଟେଲ ଦାୟିତ୍ବରେ ଥିବା ୨ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।