fbpx

(Video)ଭିଡ଼ିଓ ଦେଖିବାକୁ ଅଛି ତ ସାହସ? ଥରେ ଦେଖିବା ପରେ ସାପକୁ ଦେଖିଲେ ଦୂରୁ କରିବେ ଜୁହାର

Advertisement

ନୂଆଦିଲ୍ଲୀ:ସାପ ପୃଥିବୀର ସବୁଠାରୁ ଘାତକ ଏବଂ ଭୟଙ୍କର ସରୀସୃପମାନଙ୍କ ମଧ୍ୟରୁ ଅନ୍ୟତମ। ସାପ କଥା କହିଲା ମାନେ ଲୋକ ଭୟରେ ଆତଙ୍କିତ ହେଇଯାଆନ୍ତି।ତଥାପି, ସେମାନଙ୍କର ଅନନ୍ୟ ଏବଂ ଚମତ୍କାର ଦକ୍ଷତା ସେମାନଙ୍କୁ ଅନେକ ସମୟରେ ଆକର୍ଷଣୀୟ ପ୍ରାଣୀ କରିବା ସହିତ ଏହି କାରଣରୁ ବହୁ ଲୋକ ଭୟ ମଧ୍ୟ କରନ୍ତି । ତେବେ ସାପ ମାନଙ୍କ ମଧ୍ୟରେ ରାଜା ହେଉଛି କିଙ୍ଗ କୋବ୍ରା। ଆଉ ଏବେ ସୋସିଆଲ ମିଡିଆରେ କିଙ୍ଗ କୋବ୍ରାର ଏକ ଭିଡ଼ିଓ ଭାଇରଲ ହେଉଛି । ଏହି ଭୟାନକ ଭିଡିଓ ଦେଖିବା ପରେ ଇଣ୍ଟରନେଟ ବ୍ୟବହାରକାରୀ ମନେ ଚକିତ ହେଇଯାଇଛନ୍ତି । ଭିଡିଓ ସେୟାର କରି ବ୍ୟକ୍ତି ଜଣକ ଲେଖିଛନ୍ତି, ‘କିଙ୍ଗ କୋବ୍ରା ‘ ଠିଆ ହୋଇଛି । ଯେତେବେଳେ ମୁହାଁମୁହିଁ ହୁଅନ୍ତି, ସେମାନେ ନିଜ ଶରୀରର ଏକ ତୃତୀୟାଂଶ ଭୂମିରୁ ଉଠାଇ ପାରନ୍ତି ।

ଦେଖନ୍ତୁ ଭିଡ଼ିଓ :

ଭିଡିଓରେ, ଏକ ବଡ କିଙ୍ଗ କୋବ୍ରାକୁ ଏକ ସିଧା ଅବସ୍ଥାରେ ଦେଖିବାକୁ ମିଳୁଛି। ସୋମବାର ଠାରୁ ଏହି ଭିଡ଼ିଓ ସେୟାର୍ ହେବା ପରଠାରୁ ଏହି କ୍ଲିପ୍ ଟ୍ୱିଟରରେ ୩ ଲକ୍ଷରୁ ଅଧିକ ଥର ଦେଖାଯାଇଛି ଏବଂ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି । କିଛି ୟୁଜର୍ସ ଏହାକୁ ଦେଖି ପୁରା ଡରିଯାଇଥିବା ବେଳେ କିଛି ଏଭଳି ଦୃଶ୍ୟ ବାସ୍ତବରେ ବହୁତ ସୁନ୍ଦର ବୋଲି ଦର୍ଶାଇଛନ୍ତି ।

ସୂଚନାମୁତାବକ ଦୁନିଆର ସବୁଠାରୁ ବିଷାକ୍ତ ସାପ, କିଙ୍ଗ କୋବ୍ରା ମଧ୍ୟ ସମସ୍ତ ସାପର ଠାରୁ ଅଧିକ ଲମ୍ବା ଅଟେ। ଜଣେ ବୟସ୍କ କିଙ୍ଗ କୋବ୍ରା ଲମ୍ବ ୧୦ ରୁ ୧୨ ଫୁଟ ଏବଂ ଓଜନ ୨୦ ପାଉଣ୍ଡ (୯ କିଲୋଗ୍ରାମ) ହୋଇପାରେ। ନ୍ୟାସନାଲ୍ ଜିଓଗ୍ରାଫିକ୍ ଅନୁଯାୟୀ, ସେମାନେ ଆକ୍ଷରିକ ଭାବରେ “ଠିଆ ହୋଇ” ଏବଂ ଆଖିରେ ଜଣେ ପୂର୍ଣ୍ଣ ବୟସ୍କ ବ୍ୟକ୍ତିଙ୍କୁ ଦେଖିପାରିବେ। ଏହାସହିତ ଗୋଟିଏ କାମୁଡ଼ାରେ ୨୦ ଜଣଙ୍କୁ ମାରିବା ଭଳି ନ୍ୟୁରୋଟକ୍ସିନର ପରିମାଣ ତାଙ୍କ ପାଖରେ ଥାଏ।

Get real time updates directly on you device, subscribe now.