fbpx

ଟି-୨୦ ସିରିଜରୁ ଓହରି ପାରନ୍ତି କିଙ୍ଗ କୋହଲି: ୪ ମାସ ପରେ ଦଳକୁ ହୋଇପାରେ ଷ୍ଟାର କ୍ରିକେଟରଙ୍କ କମବ୍ୟାକ

ନୂଆଦିଲ୍ଳୀ: ୨୪ ଫେବୃୟାରୀରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଶ୍ରୀଲଙ୍କା ସିରିଜ । ଏଥିପାଇଁ ଖୁବ ଶୀଘ୍ର ଭାରତୀୟ ଦଳର ଘୋଷଣା କରାଯିବ । କିନ୍ତୁ ଏହା ପୂର୍ବରଚ ସାମନାକୁ ଆସିଛି ଏକ ଆଶ୍ଚର୍ଯ୍ୟ ଘଟଣା । ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜରୁ ନିଜକୁ ଦୂରେଇ ରଖି ପାରନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି । ତେବେ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏହି ସିରିଜରେ କମବ୍ୟାକ କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

We gave Virat Kohli the chance to flourish and look where he is today': Former chairman of selectors | Cricket - Hindustan Times

କ୍ରିକେଟରୁ କିଛି ଦିନର ବିଶ୍ରାମ ନେବା ପାଇଁ ଇଚ୍ଛା କରିୀ ପାରନ୍ତି ବିରାଟ । ତେଣୁ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସରିଜରୁ ସେ ଓହରି ଯିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଟେଷ୍ଟ ସିରିଜରେ ସେ ପୁଣି ଥରେ ଦଳରେ ଯୋଗ ଦେବେ । ମୋହାଲୀ ଟେଷ୍ଟ ତାଙ୍କ ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ ରହିବ । ଏହା ତାଙ୍କ ଜୀବନର ୧୦୦ତମ ଟେଷ୍ଟ ମ୍ୟାଚ । ତେଣୁ ସେ ,ହି ମ୍ୟାଚରେ କମବ୍ୟାକ କରିବା ପାଇଁ ଟି-୨୦ ସିରିଜରେ ନ ଖେଳିବା ପାଇଁ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି । ଅନ୍ୟ ପକ୍ଷରେ ଆହତ ସମସ୍ୟା ଯୋଗୁଁ ୪ ମାସରୁ କ୍ରିକେଟରୁ ଦୂରେଇ ରହିଥିବା ସାର ଜାଡେଜା ଏହି ସିରିଜରୁ କମବ୍ୟାକ କରିପାରନ୍ତି । ଆହତ ସମସ୍ୟାରୁ ବାହାରି ସେ ଏବେ ଦଳ ପାଇଁ ଖେଳିବାକୁ ପ୍ରସ୍ତୁତ ହୋଇ ସାରିଛନ୍ତି । ତେଣୁ ସେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଦଳକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି ।

What If Afghanistan Can't Beat New Zealand?": Watch Ravindra Jadeja's Epic Reply In Press Conference | Cricket News

ଜାଡେଜାଙ୍କ ବ୍ୟତୀତ ଏହି ସିରିଜରେ ୟର୍କର କିଙ୍ଗ ଜଶପ୍ରୀତ ବୁମରାହ ମଧ୍ୟ ଦଳରେ ନିଜ ସ୍ଥାନ ଫେରି ପାଇ ପାରନ୍ତି । ଜାଡେଜାଙ୍କ ସହିତ ବୁମରାହ ଏବଂ ଶାମୀଙ୍କ ବିସିସିଆଇ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ବିଶ୍ରାମ ଦେଇଥିଲା । ସେପଷଟ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଭାରତକୁ ମିଳିପାରେ ନୂତନ ଅଧିନାୟକ । ହିଟମ୍ୟାନ ରୋହିତ ଶର୍ମାଙ୍କୁ ଟି-୨୦ ଏବଂ ଦିନିକିଆ ପରେ ଟେଷ୍ଟ ଦଳର ମଧ୍ୟ ଅଧିନାୟକ ପଦ ଦିଆଯାଇପାରେ ।

ENG vs IND 2021, 4th Test, Day 3 Stats Review: Rohit Sharma shatters a flurry of records with sparking century

Get real time updates directly on you device, subscribe now.