fbpx

କିଙ୍ଗ୍‌ଫିସର୍‌ର ବ୍ରାଣ୍ଡ ଆମ୍ବାସାଡର ହେଲେ ରଶ୍ମିକା ମନ୍ଦନା ଏବଂ ବରୁଣ ଧୱନ, ନୂଆ ଏବଂ ରୋମାଞ୍ଚକର ଉପାୟରେ ଗ୍ରାହକଙ୍କ ସହ ଯୋଡ଼ି ହେବେ…

Advertisement

ନୂଆଦିଲ୍ଲୀ: ୟୁନାଇଟେଡ ବ୍ରିୱେରିଜ ପକ୍ଷରୁ ଆଜି ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବଂ ଅଭିନେତା ବରୁଣ ଧୱନଙ୍କୁ ଏହାର ଆଇକୋନିକ ବ୍ରାଣ୍ଡ, କିଙ୍ଗଫିସର ପାଇଁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଥିବା ସମ୍ପର୍କରେ ଘୋଷଣା କରାଯାଇଛି । ଏହି ସହଭାଗିତା କିଙ୍ଗଫିସର ର ‘ସ୍ପ୍ରେଡ ଦ ଚିୟର’ ଅଭିଯାନ ର ଉନ୍ମୋଚନ କରାଯାଇଛି। ଯାହା ଚଳିତବର୍ଷକୁ ‘ଇୟର ଅଫ ଚିୟର’ ଭାବେ ପାଳନ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଛି । କିଙ୍ଗଫିସର ହେଉଛି ଏକ ଯୁବସୁଲଭ, ସମସାମୟିକ ଏବଂ ମଜାଳିଆ ବ୍ରାଣ୍ଡ, ଯାହା ନୂଆ ଏବଂ ରୋମାଂଚକର ଉପାୟରେ ଏହାର ଗ୍ରାହକଙ୍କ ସହ ଜଡ଼ିତ ହେବା ଲାଗି କ୍ରମାଗତ ଭାବେ ନିଜକୁ ପୁନଃପ୍ରସ୍ତୁତ କରୁଛି । ଏହି ବ୍ରାଣ୍ଡ କେତେକ ସର୍ବୋତମ ମ୍ୟୁଜିକ, ଖାଦ୍ୟ ଏବଂ ସ୍ପୋର୍ଟିଙ୍ଗ ଇଭେଂଟ ସହ ଜଡ଼ିତ ରହିଛି ।

ଏହି ଅଭିଯାନ ମାଧ୍ୟମରେ କିଙ୍ଗଫିସର ରଶ୍ମିକା ଏବଂ ବରୁଣଙ୍କ ସହିତ ସେମାନଙ୍କ ଆନନ୍ଦ ପ୍ରସାର କରିବାର ଉପାୟ ଭାବେ ଏକ ଉତ୍ସାହଜନକ ଡ୍ୟାନ୍ସ ହୁକ-ଷ୍ଟେପ ମଧ୍ୟ ସୃଷ୍ଟି କରିଛି । ଏହି ଅଭିଯାନ ସମ୍ପର୍କରେ ମତ ରଖି, ଦେବବ୍ରତ ମୁଖାର୍ଜୀ, ଚିଫ ମାର୍କେଟିଙ୍ଗ ଅଫିସର, ୟୁନାଇଟେଡ ବ୍ରିୱେରିଜ ଲିମିଟେଡ କହିଛନ୍ତି ଯେ, “କିଙ୍ଗଫିସର ବର୍ଷ ବର୍ଷ ଧରି ଗ୍ରାହକଙ୍କ ଜୀବନକୁ ଆନନ୍ଦ ଏବଂ ଶକ୍ତି ଆଣିଛି ଏବଂ ସର୍ବଦା ଏକ ସାମାଜିକ ପାନୀୟ ର ଭାରତର ପ୍ରଥମ ପସନ୍ଦ ହୋଇ ରହିଛି । ଆମେ ଆନନ୍ଦିତ ଯେ ଏହି ଉତ୍ସାହଜନକ ଯାତ୍ରା ଆରମ୍ଭ କରିବାବେଳେ ରଶ୍ମିକା ଏବଂ ବରୁଣ ଧୱନ ଆମ ବ୍ରାଣ୍ଡ ଆମ୍ବାସାଡର ଭାବେ ଆମ ସହିତ ଯୋଗ ଦେଉଛନ୍ତି । ଆମର ବିଶ୍ୱାସ ଯେ ସେମାନେ ଆମ ବ୍ରାଣ୍ଡ ବାର୍ତାର ପ୍ରଚାର ଏବଂ ଦେଶ ତଥା ବାହାରେ ଆମର ବ୍ରାଣ୍ଡ ଅଭିଜ୍ଞତାକୁ ବୃଦ୍ଧି କରିବାରେ ସାହାଯ୍ୟ କରିବେ । ଅଭିନେତା ବରୁଣ ଧୱନ କହିଛନ୍ତି ଯେ, “କିଙ୍ଗଫିସର ଭଳି ଏକ ଆଇକୋନିକ ବ୍ରାଣ୍ଡର ଚେହେରା ହେବା ପାଇଁ ମୁଁ ଅତ୍ୟନ୍ତ ଉତ୍ସାହିତ ।

Get real time updates directly on you device, subscribe now.