fbpx

ଜାଣନ୍ତୁ ଭାରତର ୫ଟି ପବିତ୍ର ସରୋବର ବିଷୟରେ, ଯେଉଁଠି ସ୍ନାନ କଲେ ମିଳିଥାଏ ମୋକ୍ଷ

ପ୍ରାଚୀନ କାଳରେ ଲୋକମାନଙ୍କ ମଧ୍ୟରେ ଧାର୍ମିକ ଭାବନା ଓ ଈଶ୍ୱର ବିଶ୍ୱାସ ଭରି ରହିଥିଲା । କିନ୍ତୁ ଆଜିର ଆଧୁନିକ ଯୁଗର ଲୋକମାନେ ସେସବୁକୁ ବିଶ୍ୱାସ କରନ୍ତି ନାହିଁ । ତଥାପି ଆଜି ବି ଭାରତବର୍ଷରେ ଏପରି କିଛି ସ୍ଥାନ ରହିଛି, ଯାହାକୁ ଲୋକମାନେ ସ୍ୱତନ୍ତ୍ର ବୋଲି ମାନୁଛନ୍ତି । ଆଜି ଆମେ ଆପଣମାନଙ୍କୁ ଭାରତବର୍ଷରେ ରହିଥିବା ଏପରି ୫ଟି ସରୋବର ବିଷୟରେ କହିବାକୁ ଯାଉଅଛୁ, ଯେଉଁଠି ସ୍ନାନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ଲୋକମାନେ ଆଜି ବି ମାନୁଛନ୍ତି ।

ପୁଷ୍କର ସରୋବର, ଆଜମେର, ରାଜସ୍ଥାନ:-
ରାଜସ୍ଥାନର ଆଜମେରଠାରୁ ୧୪ କିମି ଦୂରରେ ପୁଷ୍କର ସରୋବର ଅବସ୍ଥିତ । ଏଠାରେ ବ୍ରହ୍ମାଙ୍କର ଏକମାତ୍ର ମନ୍ଦିର ରହିଛି । ପଞ୍ଚ ତୀର୍ଥସ୍ଥଳ ମଧ୍ୟରେ ପୁଷ୍କର ସରୋବରକୁ ଗଣାଯାଏ । କୁହାଯାଏ ଏଠାରେ ଭଗବାନ ରାମ ପିତା ଦଶରଥଙ୍କ ଶ୍ରାଦ୍ଧା କରିଥିଲେ । ମୋକ୍ଷ ପ୍ରାପ୍ତି ନିମନ୍ତେ ଏହି ସରୋବରର ମାହାତ୍ମ୍ୟ କେଉଁ ଯୁଗରୁ ରହିଆସିଛି ।

କୈଳାସ ମାନସରୋବର:-
ଏହି ସରୋବର ବ୍ରହ୍ମାଙ୍କର ମନରୁ ଉତ୍ପନ୍ନ ହୋଇଥିବା ବିଶ୍ୱାସ କରାଯାଏ ଏହି ହ୍ରଦ ନିକଟରେ କୈଳାସ ପର୍ବତ ରହିଛି । ସେଠାରେ ଭଗବାନ ଶିବ ଅବସ୍ଥାନ କରନ୍ତି ବୋଲି ବିଶ୍ୱାସ କରାଯାଏ, ଯାହାକି ଏହି ହ୍ରଦର ମହତ୍ତ୍ୱକୁ ବହୁଗୁଣିତ କରିଥାଏ । କୁହାଯାଏ ଏଠାରେ ମାତା ପାର୍ବତୀ ସ୍ନାନ କରିଥାନ୍ତି । ହିନ୍ଦୁ ଧର୍ମ ସହ ବୌଦ୍ଧ ଧର୍ମରେ ଏହି ସ୍ଥାନକୁ ପବିତ୍ର ସ୍ଥଳର ମାନ୍ୟତା ଦିଆଯାଇଛି ।

ନାରାୟଣ ସରୋବର, ଗୁଜରାଟ:-
ଗୁଜରାଟର କୁଚ ଜିଲ୍ଲାରେ ଅବସ୍ଥିତ ଏହି ହ୍ରଦକୁ ଭଗବାନ ବିଷ୍ଣୁଙ୍କ ସରୋବର ବୋଲି ଗ୍ରହଣ କରାଯାଏ । ଭଗବାନ ବିଷ୍ଣୁ ନିଜେ ଏଠାରେ ସ୍ନାନ କରିଥିଲେ ବୋଲି ପୁରାଣରେ ବର୍ଣ୍ଣିତ ଅଛି । ଏହି ସରୋବର କୂଳରେ ଭଗବାନ ଆଦିତ୍ୟ ନାରାୟଣଙ୍କର ଏକ ମହାନ ଓ ପ୍ରାଚୀନ ମନ୍ଦିର ରହିଛି । କାର୍ତ୍ତିକ ପୂର୍ଣ୍ଣିମାରେ ଏଠାରେ ଏକ ମେଳା ଅନୁଷ୍ଠିତ ହୁଏ । ମେଳାରେ ଭକ୍ତମାନେ ନିଜର ପୂର୍ବଜମାନଙ୍କୁ ପ୍ରଣାମ କରିଥାନ୍ତି ।

ପମ୍ପା ସରୋବର, ହାମ୍ପି, କର୍ଣ୍ଣାଟକ:-
କର୍ଣ୍ଣାଟକର ହାମ୍ପି ସହର ଏକ ଐତିହାସିକ ସ୍ଥଳ ଅଟେ । ତୁଙ୍ଗଭଦ୍ରା ନଦୀ ପାର ହେବା ସମୟରେ ପମ୍ପା ସରୋବର ମୁଖ୍ୟ ରାସ୍ତାର ଦୁଇ ପାଶ୍ୱର୍ରେ ଅବସ୍ଥିତ । ଏଠାରେ ଥିବା ଏକ ପର୍ବତରେ ଶାବରୀ ନାମକ ଏକ ଗୁମ୍ଫା ରହିଛି । କୁହାଯାଏ ଶାବରୀ ଭଗବାନ ରାମଙ୍କୁ ଏଠାରେ ଘିଅ ଖୁଆଇଥିଲେ ।

ବିନ୍ଦୁ ସରୋବର, ସିଦ୍ଧପୁର, ଗୁଜରାଟ:-
ଅହମ୍ମଦାବାଦଠାରୁ ୧୩୦ କିମି ଦୂରରେ ବିନ୍ଦୁ ସରୋବର ଅବସ୍ଥିତ । ଏହି ସରୋବର କୂଳରେ କର୍ଦମ ଋଷି ବସି ବର୍ଷ ବର୍ଷ ଧରି ତପସ୍ୟା କରିଥିଲେ ବୋଲି ଶୁଣାଯାଏ । ଭଗବାନ ପର୍ଶୁରାମ ତାଙ୍କ ମାତାଙ୍କର ଶ୍ରାଦ୍ଧ ଏଠାରେ କରିଥିଲେ ବୋଲି କୁହାଯାଏ । ତେଣୁ ଏହି ସ୍ଥାନ ପୁରାଣ ଓ ଗ୍ରନ୍ଥରେ ଲିପିବଦ୍ଧ ହୋଇ ରହିଛି ।

Get real time updates directly on you device, subscribe now.