fbpx

ନେତୃତ୍ୱ ନେବେ KKR ଅଧିନାୟକ ନୀତିଶ ରାଣା: ଏହି ଟୁର୍ଣ୍ଣାମେଣ୍ଟରୁ ମିଳିବ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ରେ ଅଧିନାୟକ ଭାବରେ ଏକ ନୂଆ ନାମ ଚର୍ଚ୍ଚାରେ ଆସିଛି । କୋଲକାତା ନାଇଟ ରାଇଡର୍ସରେ ଗତ ଆଇପିଏଲରେ ନେତୃତ୍ୱ ନେଇଥିବା ନୀତିଶ ରାଣା ଅଧିନାୟକ ଭାବରେ ନିଜର ସ୍ୱତନ୍ତ୍ର ଛାପ ଛାଡିଛନ୍ତି । ତେବେ କୋଲକାତା କ୍ୱାଲିଫାୟାରରେ ପହଞ୍ଚି ପାରିନଥିଲେ ମଧ୍ୟ ରାଣାଙ୍କ ନେତୃତ୍ୱ ପ୍ରଶଂସାଯୋଗ୍ୟ ରହିଛି । ଯାହାର ଫଳସ୍ୱରୂପ ଏବେ ତାଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ତେବେ ଖୁବଶୀଘ୍ର ନୀତିଶ ଅଧିନାୟକ ନିଜ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି ।

Nitish Rana believes 'things will change soon' after getting snubbed from  T20I squad

ଆଇପିଏଲରେ ଅଧିନାୟକ ଭାବରେ ସୁନ୍ଦର ପ୍ରଦର୍ଶନ ପରେ ନୀତିଶ ରାଣାଙ୍କୁ ମିଳିଛି ଏକ ବଡ ଦାୟିତ୍ୱ । ଜୁଲାଇ ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ନୀତିଶଙ୍କ ଅଧିନାୟକ ପଦର ପ୍ରଥମ ସିରିଜ । ଆଗାମୀ ଦେଓଧର ଟ୍ରଫି ପାଇଁ ନୀତିଶ ରାଣାଙ୍କୁ ନର୍ଥ ଜୋନର ଅଧିନାୟକ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି । ନର୍ଥ ଜୋନରେ ମନଦୀପ ସିଂହଙ୍କ ଭଳି ଅନେକ ଅଭିଜ୍ଞ ଖେଳାଳି ସାମିଲ ତିବା ବେଳେ ନୀତିଶଙ୍କୁ ଏହି ଦାୟିତ୍ୱ ଦେଇଛି ଟିମ ମ୍ୟାନେଜମେଣ୍ଟ । ନର୍ଥ ଜୋନର ପ୍ରଥମ ମ୍ୟାଚ ନୀତିଶଙ୍କ ନେତୃତ୍ୱରେ ସାଉଥ ଜୋନ ବିପକ୍ଷରେ ଖେଳାଯିବ । ଏହି ଦଳରେ ମନଦୀପ ସିଂହ, ଋଶି ଧୱନ ପ୍ରଭସିମ୍ରନ ସିଂହ ଏବଂ ମୟଙ୍କ ମାର୍କଣ୍ଡେୟ ସାମିଲ ଅଛନ୍ତି ।

ଗତ ଆଇପିଏଲ-୨୦୨୩ରେ କୋଲକାତା ନାଇଟ ରାଇଡର୍ସର ମଙ୍ଗ ସମ୍ଭାଳିଥିଲେ ନୀତିଶ ରାଣା । ତେବେ ଦଳ ୧୪ଟି ମ୍ୟାଚରୁ ୬ଟି ବିଜୟ ସହ କେକେଆର ସପ୍ତମ ସ୍ଥାନରେ ଅଭିଯାନ ଶେଷ କରିଥିଲା । ନିତିଶ ଅଧିନାୟକ ଭାବରେ ଚଳିତବର୍ଷ ବିଶେଷ ପ୍ରଦର୍ଶନ କରି ପାରି ନଥିଲେ ମଧ୍ୟ ଆଇପିଏଲରେ ତାଙ୍କର ପ୍ରଦର୍ଶନ ଖୁବ ସୁନ୍ଦର ରହିଛି । ଆଇପିଏଲରେ ସେ ୧୦୫ ମ୍ୟାଚରୁ ୧୮ଟି ଅର୍ଦ୍ଧଶତକ ସହ ୨୫୯୪ ରନ୍ ସଂଗ୍ରହ କରିଛନ୍ତି । ଏହାବ୍ୟତୀତ ୨୪ ଟି ଇନିଂସରେ ବୋଲିଂ କରି ସେ ୧୦ଟି ୱିକେଟ ମଧ୍ୟ ହାସଲ କରିଛନ୍ତି ।

ଦେଓଧର ଟ୍ରଫି ପାଇଁ ନର୍ଥ ଜୋନ ଟିମ୍: ନୀତିଶ ରାଣା(ଅଧିନାୟକ), ଅଭିଶେକ ଶର୍ମା, ପ୍ରଭସିମ୍ରନ ସିଂହ, ଏସଜି ରୋହିଲ୍ଲା, ଏସ ଖଜୁରିୟା, ମନଦୀପ ସିଂହ, ହିମାଂଶୁ ରାଣା, ବିଭ୍ରାନ୍ତ ଶର୍ମା, ନିଶାନ୍ତ ସିନ୍ଧୁ, ଋଷି ଧୱନ, ଯୁଦ୍ଧବୀର ସିଂହ, ସନ୍ଦୀପ ଶର୍ମା, ହର୍ଷିତ ରାଣା, ବୈଭବ ଆରୋଡା, ମୟଙ୍କ ମାର୍କଣ୍ଡେୟ ।

Get real time updates directly on you device, subscribe now.