KKR vs RCB: IPL 2025 ପ୍ରଥମ ମ୍ୟାଚରେ ବାଜି ମାରିଲା RCB, KKR ଖେଳାଳୀକୁ ଧୋଇଦେଲେ କୋହଲି-ସଲ୍ଟ
RCB 7 ୱିକେଟରେ KKRକୁ ପରାସ୍ତ କରି ବିଜୟୀ ହୋଇଛି ।
ନୂଆଦିଲ୍ଲୀ: ଆଇପିଏଲ ବିଗୁଲ ବାଜି ଆଜିଠୁ ଆରମ୍ଭ ହୋଇଛି ମ୍ୟାଚ୍ । କେକେଆର ଓ ଆରସିବି ମଧ୍ୟରେ ଆଜି ପ୍ରଥମ ମ୍ୟାଚ ଖେଳାଯାଇଥିବା ବେଳେ ବାଜି ମାରିଛି ରୟାଲ ଚାଲେଞ୍ଜର ବେଙ୍ଗାଲୁରୁ ।
ପ୍ରଥମ ମ୍ୟାଚରେ କୋଲକାତା ନାଇଟରାଇଡର୍ସ (KKR)କୁ ୭ ଓ୍ବିକେଟରେ ହରାଇ ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) । ଆରସିବି ମାତ୍ର 16.2 ଓଭରରେ 177 ରନ୍ ହାସଲ କରି ବାଜି ମାରିଛି । କେକେଆର ଆରସିବିକୁ 175 ରନର ଟାର୍ଗେଟ ଦେଇଥିଲେ ।
ପ୍ରଥମେ ବ୍ୟାଟିଂ କରିଥିବା କେକେଆର ଧାର୍ଯ୍ୟ ୨୦ ଓଭରରେ କେକେଆର ୮ ୱିକେଟ ହରାଇ ୧୭୪ ରନ୍ କରିଥିଲା। କେକେଆର ପକ୍ଷରୁ କ୍ୱିଣ୍ଟନ୍ ଡି କକ୍ ୪ ରନ୍ କରିଥିବାବେଳେ ରିଙ୍କୁ ସିଂ ୧୨, ସୁନିଲ ନାରିନ୍ ୪୪ ରନ୍ କରିଥିଲେ । ସେହିପରି ଅଙ୍ଗକ୍ରିସ୍ ରଘୁବଂଶୀ ୩୦ ରନ୍, ଆଜିଙ୍କ୍ୟ ରାହାଣେ ୫୬ ରନ୍ କରିଥିଲେ ।
ଯଦି ଆରସିବି କଥା ଦେଖିବା ତାହେଲେ ଦେବଦତ୍ତ ପଡିକଲ୍ଲ ୧୦ ରନ୍, ରଜତ ପଟିଦାର ୩୪ କରିଥିଲେ । ସେହିପରି ଫିଲିପ ସଲ୍ଟ ୫୬ ରନ କରିଥିବାବେଳେ ବିରାଟ କୋହଲି ସର୍ବାଧିକ ୫୯ ରନ କରିଥିଲେ ।