fbpx

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଖେଳିବେନି କେଏଲ ରାହୁଲ, ସୁଯୋଗ ପାଇଲେ ଏହି ବ୍ୟାଟ୍ସମ୍ୟାନ

ରାଜକୋଟ: ଭାରତୀୟ କ୍ରିକେଟ୍ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଫିଟ୍ ନେସ୍ ସମସ୍ୟା କାରଣରୁ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ରୁ ବାଦ୍ ପଡ଼ିଛନ୍ତି । ଏହି ଟେଷ୍ଟ ମ୍ୟାଚ୍ ଫେବ୍ରୁଆରି ୧୫ରୁ ଖେଳାଯିବ । ତାଙ୍କ ସ୍ଥାନରେ ଦେବଦତ୍ତ ପଡ଼ିକ୍କଲଙ୍କୁ ଦଳରେ ସାମିଲ କରାଯାଇଛି । ବିସିସିଆଇ ସୋମବାର ଆନୁଷ୍ଠାନିକ ଭାବେ ଘୋଷଣା କରିଛି ଯେ କେଏଲ୍ ରାହୁଲ ବର୍ତ୍ତମାନ ୯୦ ପ୍ରତିଶତ ମ୍ୟାଚ୍ ଫିଟ୍ ନେସ୍ ରେ ପହଞ୍ଚିଛନ୍ତି । ବିସିସିଆଇର ଡାକ୍ତରୀ ତତ୍ତ୍ୱାବଧାନରେ ସେ ସୁସ୍ଥ ହେଉଛନ୍ତି ।

ରାହୁଲ ବର୍ତ୍ତମାନ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ ଏକାଡେମୀରେ ଥଇଥାନ କରୁଛନ୍ତି । ପ୍ରଥମ ଟେଷ୍ଟ୍ ପରେ କେଏଲ୍ ରାହୁଲ ଜଙ୍ଘରେ ଯନ୍ତ୍ରଣା ଅନୁଭବ କରିଥିଲେ । ପ୍ରଥମ ଟେଷ୍ଟରେ ଆହତ ହେବା ପରେ ରାହୁଲ ଦ୍ୱିତୀୟ ଟେଷ୍ଟ ଖେଳିନଥିଲେ । ପ୍ରଥମ ଟେଷ୍ଟମ୍ୟାଚରେ ଭାରତକୁ ୨୮ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିବା ବେଳେ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ ବିଜୟୀ ହୋଇଥିଲା ।

Get real time updates directly on you device, subscribe now.