fbpx

ବିବାହ କାରଣରୁ ପ୍ରଥମ ଦିନିକିଆ ଖେଳିବେନି କେଏଲ୍ ରାହୁଲ!

ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିଟି ମ୍ୟାଚ୍ ର ଦିନିକିଆ ସିରିଜ୍ ଫେବୃଆରୀ ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୱାନଡେ ସିରିଜ୍ ପରେ ୩ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ବି ଖେଳାଯିବ । ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ପ୍ରଥମ ତିନି ୱାନଡେ ମ୍ୟାଚ୍ ୬,୯ ଓ ୧୧ ଫେବୃଆରୀରେ ହେବ ଏବଂ ଟି-୨୦ ମ୍ୟାଚ୍ ୧୬, ୧୮ ଓ ୨୦ ଫେବୃଆରୀରେ ଖେଳାଯିବ । ତେବେ ଭାରତୀୟ ଦଳର ଷ୍ଟାର୍ ଓପନର୍ କେଏଲ୍ ରାହୁଲ ପ୍ରଥମ ଦିନିଆ ମ୍ୟାଚ୍ ରେ ଖେଳିବେ ନାହିଁ । ଏହା ପଛରେ ଏକ ବଡ଼ କାରଣ ରହିଛି ।

ପ୍ରଥମ ଦିନିକିଆରେ କେଏଲ୍ ରାହୁଲଙ୍କ ଅନୁପସ୍ଥିତିର କାରଣ ବ୍ରେକ୍ ବୋଲି ଧରାଯାଉଛି । ହେଲେ କାରଣଟି ହେଉଛି କିଛି ଅଲଗା । ଏହା ପଛର କାରଣ ହେଉଛି ବିବାହ । ବାସ୍ତବରେ କେଏଲ୍ ରାହୁଲ ନିଜ ଭଉଣୀଙ୍କୁ ବିବାହ କାରଣରୁ ପ୍ରଥମ ଦିନ ଖେଳିପାରିବେ ନାହିଁ ।

ଅନ୍ୟପଟେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୱାନଡେ ସିରିଜ୍ ର ଠିକ୍ ପୂର୍ବରୁ ଶିଖର ଧାୱନ୍, ଋତୁରାଜ ଗାୟକୱାଡ୍, ଶ୍ରେୟସ୍ ଆୟର୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ଅନୁମାନ କରାଯାଉଛି ଯେ, କେଏଲ୍ ରାହୁଲଙ୍କୁ ଟିମ୍ କୁ ଫେରାଇ ଅଣାଯାଇପାରେ । ହେଲେ ଏବେ ଯେହେତୁ ରାହୁଲ ବିବାହରେ ଯୋଗ ଦେବେ । ତେଣୁ ଦ୍ୱିତୀୟ ଦିନରେ ହିଁ ମ୍ୟାଚ୍ କୁ ଫେରିବାର ଯୋଜନା ରହିଛି ।

କେଏଲ୍ ରାହୁଲଙ୍କ ସ୍ଥାନରେ ପ୍ରଥମ ଦିନିକିଆ ମ୍ୟାଚ୍ ରେ ମୟଙ୍କ ଅଗ୍ରୱାଲ୍ କିମ୍ବା ଇଶାନ୍ କିଶନ୍ ଓପେନିଂ କରିପାରନ୍ତି । ଅନ୍ୟପଟେ ରୋହିତ୍ ଶର୍ମା, ବିରାଟ କୋହଲୀ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ଥ ଓ ଅଲରାଉଣ୍ଡର୍ ଦୀପକ୍ ହୁଡ଼ା ଏବେ ପ୍ଲେଇଂ ଇଲେଭେନ୍ ରେ ନଜର ଆସିବେ । ମୟଙ୍କ ଅଗ୍ରୱାଲ୍ ଫେବୃଆରୀ ୩ ତାରିଖରେ ଟିମ୍ ରେ ସାମିଲ ହେବେ ।

Get real time updates directly on you device, subscribe now.