fbpx

ଏମିତି ଏକ ଗାଁ, ଯେଉଁଠି ଅଧା ଅଧୁରା ଅଙ୍ଗ ନେଇ ଜୀବନ କାଟୁଛନ୍ତି ଲୋକେ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

କିଡନୀ ହେଉଛି ମଣିଷ ଶରୀର ଏକ ଜରୁରୀ ଅଙ୍ଗ । ରକ୍ତ ସଫା କରିବା ଭଳି ଗୁରୁତ୍ୱପୂର୍ଣ୍ଣ କାମ କରିଥାଏ କିଡନୀ । ଭଗବାନ ଆମକୁ ଦୁଇ ଦୁଇଟି କିଡନୀ ମଧ୍ୟ ଦେଇଛନ୍ତି । ଅବଶ୍ୟ ଗୋଟିଏ କିଡନୀରେ ମଣିଷ ବଞ୍ଚିପାରିବ । ହେଲେ ଆଫଗାନିସ୍ତାନରେ ଏକ ଗାଁ ଏମିତି ରହିଛି ଯେଉଁଠାରେ ଲୋକମାନେ ପେଟରେ ଦୁଇଟି ନୁହେଁ ବରଂ ଗୋଟିଏ କିଡନୀ ଅଛି । ଏମିତି ଜଣକ ପାଖରେ ନୁହେଁ ବରଂ ଅନେକ ଲୋକଙ୍କ ସହ ଦେଖାଯାଇଛି ।

ଆମେ କହୁଛୁ ହେରାତ ସହରର ଶେନଶାୟବା ବଜାର ନାମକ ଗାଁ ର । ଏହି ଗ୍ରାମକୁ ଗୋଟିଏ କିଡନୀ ଥିବା ଗାଁ ବୋଲି ମଧ୍ୟ କୁହାଯାଏ କାରଣ ଏଠାରେ ଅଧିକାଂଶ ଲୋକଙ୍କ ପାଖରେ କେବଳ ଗୋଟିଏ ହିଁ କିଡନୀ ରହିଛି । ବଡ଼ କଥା ହେଉଛି ଏହା କୌଣସି ଶାରୀରିକ ବିକୃତି ନୁହେଁ ବରଂ ଏଠିକାର ଲୋକମାନେ ନିଜ କିଡନୀ ବିକ୍ରି କରିଥାନ୍ତି ।

ଶୁଣିଲେ ହୁଏତ ଆପଣଙ୍କୁ ବିଶ୍ୱାସ ହୋଇନପାରେ କିନ୍ତୁ ଆଫଗାନିସ୍ତାନର ଏହି ଗାଁରେ ଗରିବୀ ଏବଂ ଦରିଦ୍ରତା ଯୋଗୁଁ ଲୋକମାନେ ଖାଦ୍ୟ କିମ୍ବା କିଡନୀ ଭିତରୁ ଗୋଟିଏକୁ ବାଛୁଛନ୍ତି । ତାଲିବାନ ରାଜ ଆସିବା ପରେ ଦରିଦ୍ରତାରେ ରହିଥିବା ଲୋକମାନେ ପରିବାର ପୋଷଣ ପାଇଁ ଏବଂ ପେଟ ଭରିବା ପାଇଁ କିଡନୀ ବିକ୍ରି କରୁଛନ୍ତି । ଆଉ ଏଥିରୁ ମିଳିଥିବା ଟଙ୍କାରେ ୟା’ ତ ସେମାନେ କରଜ ଶୁଝିଛନ୍ତି ନହେଲେ ପରିବାର ପାଇଁ ଖାଦ୍ୟ ଯୋଗାଡ଼ କରିଛନ୍ତି । ବ୍ଲାକ୍ ମାର୍କେଟରେ କିଡନୀ ବିକିବା ଏବେ ଏଠାରେ ସାଧାରଣ କଥା ହୋଇଯାଇଛି । ଗାଁର ଅଧିକାଂଶ ମହିଳା ଏବଂ ପୁରୁଷ କିଡନୀ ବିକ୍ରି କରିସାରିଛନ୍ତି ।

ଅଧିକାଂଶ ଲୋକଙ୍କ କହିବା ଅନୁଯାୟୀ ସେମାନେ ଏହାକୁ ନେଇ ବେଳେବେଳେ ଦୁଃଖ ମଧ୍ୟ ପ୍ରକାଶ କରିଥାନ୍ତି । କାରଣ କିଡନୀ ବିକିଦେବା ଦ୍ୱାରା ଅଧିକ କାମ କରିପାରୁନାହାଁନ୍ତି ଏବଂ ଯନ୍ତ୍ରଣା ମଧ୍ୟ ହେଉଛି ।

 

Get real time updates directly on you device, subscribe now.