fbpx

ଅଲମ୍ପିକ୍ସରେ ପାକିସ୍ତାନଠୁ କେତେ ଆଗରେ ରହିଛି ଭାରତ, କିଏ କେତେ ପଦକ ଜିତିଛି, ଜାଣନ୍ତୁ…

 

ଓଡିଶା ଭାସ୍କର: ପ୍ୟାରିସରେ ଖେଳାଯିବ ଖେଳର ମହାକୁମ୍ଭ ଅଲମ୍ପକ୍ସ । ୨୬ ଜୁଲାଇରୁ ଏହା ଆରମ୍ଭ ହୋଇ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଫ୍ୟାନ୍ସ ମଧ୍ୟ ପ୍ୟାରିସ ଅଲମ୍ପିକ୍ସକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ତେବେ ଭାରତ ନିଜ ପଡୋଶୀ ଦେଶ ତଥା ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନଠୁ କେତେ ଆଗରେ ରହିଛି ଜାଣିବା….

ଅଲମ୍ପିକ୍ସ ଇତିହାସରେ ବର୍ତ୍ତମାନସୁଦ୍ଧା ଭାରତ ମୋଟ ଉପରେ ୩୫ ଟି ମେଡାଲ ଜିତିଛି । ଏଥିରେ ୧୦ ଟି ସ୍ୱର୍ଣ୍ଣ, ୯ ଟି ରୌପ୍ୟ ଓ ୧୬ ଟି ବ୍ରୋଞ୍ଜ ରହିଛି । ଭାରତ ପ୍ରଥମଥର ୧୯୦୦ ମସିହାରେ ଅଲମ୍ପିକ୍ସରେ ଭାଗ ନେଇଥିଲା । ୨୦୨୪ ମସିହାରେ ମାନେ ଚଳିତବର୍ଷ ପ୍ୟାରସ ଅଲମ୍ପିକ୍ସ ଭାରତ ପାଇଁ ୨୬ ତମ ହେବ । ଟୋକିଓ ଅଲମ୍ପିକ୍ସରେ ଭାରତ ପକ୍ଷରୁ ୧୨୪ ଜଣ ଖେଳାଳି ଭାଗ ନେଇଥିଲେ, କିନ୍ତୁ ଏଥର ୧୧୧ ଜଣ ଖେଳାଳି ପ୍ୟାରିସ ଯାଉଛନ୍ତି ମହାକୁମ୍ଭରେ ବାଜି ଲଢିବା ପାଇଁ ।
ସେପଟେ ପାକିସ୍ତାନ ଅଲମ୍ପିକ୍ସରେ ୧୦ ଟି ମାତ୍ର ପଦକ ଜିତିଛି । ଯେଉଁଥିରେ ୩ ଟି ସ୍ୱର୍ଣ୍ଣ, ୩ ଟି ରୌପ୍ୟ ଓ ୪ କାଂସ୍ୟ ପଦକ ସାମିଲ ରହିଛି । ପ୍ରଥମଥର ପାଇଁ ପାକିସ୍ତାନ ୧୯୪୮ ମସିହାରେ ଅଲମ୍ପିକ୍ସରେ ଭାଗ ନେଇଥିଲା । ପାକିସ୍ତାନକୁ ଅଲମ୍ପିକ୍ସରେ ପ୍ରଥମ ପଦକ ମିଳିଥିଲା ୧୯୫୬ ମସିହାରେ । ଯାହା ଏକ ରୌପ୍ୟ ପଦକ ଥିଲା । ୨୯ ବର୍ଷ ପୂର୍ବେ ମାନେ ୧୯୯୨ ମସିହାରେ ଶେଷଥର ପାଇଁ ପାକିସ୍ତାନ ଅଲମ୍ପିକ୍ସରେ ମେଡାଲ ଜିତିଥିଲା । ଫଳରେ ଅଲମ୍ପିକ୍ସରେ ପଦକର ଏହି ଶୂନ୍ୟତାକୁ ଏଥର ପାକିସ୍ତାନ ପୂରଣ କରିବା ପାଇଁ ଆପ୍ରାଣ ଉଦ୍ୟମ କରିବ ।
୨୦୨୦ ମସିହା ଟୋକିଓ ଅଲମ୍ପିକ୍ସରେ ଭାରତ ମୋଟ ୭ ଟି ପଦକ ଜିତିଥିଲା । ଏଥିରେ ଗୋଟିଏ ସ୍ୱର୍ଣ୍ଣ, ୨ ଟି ରୌପ୍ୟ ଓ ୪ ଟି କାଂସ୍ୟ ରହିଥିଲା । ଆକଳନକୁ ଯଦି ଦେଖାଯାଏ ତେବେ ଅଲମ୍ପିକ୍ସରେ ଟିମ ଇଣ୍ଡିଆର ପଲା ପାକିସ୍ତାନଠୁ ଢେର ଆଗରେ ରହିଛି । କ୍ରିକେଟର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ଅଲମ୍ପିକ୍ସରେ କିନ୍ତୁ ଭାରତ ପାଖକୁ ବି ଆସିବାକୁ ଭୟ କରେ ।

Get real time updates directly on you device, subscribe now.