fbpx

କେବଳ ପାଣି ପିଇ କେତେ ଦିନ ବଞ୍ଚି ପାରିବ ମଣିଷ, ୩ ଦିନ, ସପ୍ତାହେ ନା ବେଶୀ, ଜାଣନ୍ତୁ….

Advertisement

କେବଳ ପା
ଓଡିଶା ଭାସ୍କର : ମଣିଷ ଜୀବନରେ ଖାଦ୍ୟ ନିତାନ୍ତ ଆବଶ୍ୟକ । କେବଳ ସୂର୍ଯ୍ୟ କିରଣ ଓ ପବନର ଉପେଯାଗ କରି କେହି ବି ବଞ୍ଚି ପାରିବେ ନାହିଁ । ଶରୀରକୁ ପରିଚାଳନା ପାଇଁ ପୌଷ୍ଟିକ ଆହାରର ଆବଶ୍ୟକତା ରହିଛି । ଆପଣ ଭାବନ୍ତୁ, ଯଦି ଜଣେ ମଣିଷର ଏମିତି ପରିସ୍ଥିତି ହେବ ଯେ ତାକୁ ଖାଦ୍ୟ ମିଳିବନି ଓ କେବଳ ପାଣିର ବ୍ୟବହାର କରି ସେ ବଞ୍ଚିବ; ତେବେ ସେ କେତେ ଦିନ ବଞ୍ଚି ପାରିବ ।

ଅନେକ ଲୋକ ରାଜନୈତିକ ଓ ସାମାଜିକ ନ୍ୟାୟ ମାଗିବା ପାଇଁ ଖାଦ୍ୟ ବ୍ୟବହାର କରନ୍ତି ନାହିଁ । କେବଳ ପାଣି ପିଇ ସେମାନେ ଜୀବନ ବଞ୍ଚନ୍ତି । ଜଣେ ଖାଦ୍ୟ ଖାଇବା ଛାଡିଦେଲେ ତାର ଶରୀରରେ କାର୍ବୋହାଇଡ୍ରେଟ କମ ହୋଇ ଚାଲେ । ଧୀରେ ଧୀରେ ଶରୀର ଅସୁସ୍ଥ ହୋଇ ଜଣେ ଏଭଳି ପରିସ୍ଥିତିରେ ମୃତ୍ୟୁର ପାଦଦେଶରେ ପାଦ ଥାପିଥାଏ । ଏଭଳି ପରିସ୍ଥିତିରେ ମଣିଷ ଯଦି ପାଣି ପିଇବା ବନ୍ଦ କରି ଦେବ, ତେବେ ତାହାର ପରିସ୍ଥିତି ଆହୁରି ଜଟିଳ ହୋଇ ପଡିବ । ଗାନ୍ଧିଜୀ ଅନଶନ ସମୟରେ ୨୧ ଦିନ ଭୋକରେ ଥିଲେ । କେବଳ ପାଣିର ଉପେଯାଗ କରି ସେ ବଞ୍ଚିଥିଲେ । ସେହିଭଳି ଆନ୍ନା ହଜାରେ ମଧ୍ୟ ଅନଶନ ସମୟରେ କେବଳ ପାଣିରେ ହିଁ ଜୀବନ ଧାରଣ କରିଥିଲେ । ଜଙ୍ଗଲ ତଥା ସୁଡଙ୍ଗରେ ଫସି ଯାଇଥିବା ଲୋକେ ବି ପାଣିର ସାହାରାରେ ଅନେକ ଦିନ ବଞ୍ଚି ପାରନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଜଣେ ସୁସ୍ଥ ବ୍ୟକ୍ତି ବିନା ଖାଦ୍ୟରେ ପ୍ରାୟ ୮ ସପ୍ତାହ ବଞ୍ଚି ପାରିବ । ବିନା ପାଣିରେ ଜଣେ ବ୍ୟକ୍ତି ମାତ୍ର ୩ ଦିନ ବଞ୍ଚିପାରିବ, ଅଧିକରୁ ଅଧିକ ସେ ୫ ରୁ ୬ ଦିନ ବଞ୍ଚିଯାଇପାରେ । ତାହାଠୁ ବେଶୀବ ନୁହଁ । ସେଥିପାଇଁ ତ କୁହାଯାଏ “ଜଳ ହିଁ ଜାବନ’ ।

Get real time updates directly on you device, subscribe now.