fbpx

ଏବର୍ଷ କେତେ ବଢ଼ିପାରେ ଆପଣଙ୍କ ଦରମା? ରିପୋର୍ଟରୁ ହେଲା ଖୁଲାସା

Advertisement

ନୂଆଦିଲ୍ଲୀ: କରୋନା ମହାମାରୀର ସଙ୍କଟ ପରେ ଏବେ ପରିସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି । କର୍ପୋରେଟ୍ ସେକ୍ଟର ଏବେ ନିଜର କର୍ମଚାରୀଙ୍କ ଦରମା ବୃଦ୍ଧି କରିବା ଯୋଜାନାରେ ଲାଗିପଡ଼ିଛନ୍ତି । ରିପୋର୍ଟ ଅନୁସାରେ, ଚଳିତବର୍ଷ କମ୍ପାନୀଗୁଡ଼ିକ ନିଜ କର୍ମଚାରୀମାନଙ୍କୁ ଭଲ ଇନକ୍ରିମେଣ୍ଟ ଦେଇପାରେ ।

ବ୍ୟବସାୟ କ୍ଷେତ୍ରରେ ବୃଦ୍ଧି ଘଟୁଥିବା ଦେଖି ଲାଗୁଛି ଯେ, ଏଥର କମ୍ପାନୀଗୁଡିକ ନିଜ କର୍ମଚାରୀଙ୍କ ଦରମାରେ ୯ ପ୍ରତିଶତ ବୃଦ୍ଧି କରିପାରନ୍ତି । ୨୦୧୯ ମସିହାରେ କରୋନା ମହାମାରୀ ଆରମ୍ଭ ହେବା ପୂର୍ବରୁ ଦିଆଯାଇଥିବା ୭ ପ୍ରତିଶତ ହାରାହାରି ବୃଦ୍ଧି ଠାରୁ ଏହା ୨ ପ୍ରତିଶତ ଅଧିକ ।

ଷ୍ଟାର୍ଟଅପ୍, ନ୍ୟୁ ଏଜ୍ କର୍ପୋରେସନ୍ ଏବଂ ୟୁନିକର୍ନରେ ଏବର୍ଷ କର୍ମଚାରୀଙ୍କର ଦରମା ବଢ଼ିପାରେ । ସେମାନଙ୍କ ଦରମାରେ ୧୨ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ଅଛି ।

ଇଣ୍ଟରନ୍ୟାସନାଲ ସ୍ପେଶାଲିଷ୍ଟ ରିକ୍ରୁଟମେଣ୍ଟ ଗ୍ରୁପ ମାଇକେଲ ପେଜ ଇଣ୍ଡିଆ ଏହି ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ଅନୁଯାୟୀ, କମ୍ପାନୀଗୁଡିକରେ ଉଚ୍ଚ କ୍ଷମତା ସମ୍ପନ୍ନ କର୍ମଚାରୀମାନେ ଚଳିତ ବର୍ଷ ୨୦-୨୫ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ବେତନ ବୃଦ୍ଧି ଆଶା କରିପାରନ୍ତି । ରିପୋର୍ଟ ଅନୁସାରେ, ବ୍ୟାଙ୍କିଙ୍ଗ ଏବଂ ଆର୍ôଥକ ସେବା ଶିଳ୍ପ, ସମ୍ପତ୍ତି-ନିର୍ମାଣ କ୍ଷେତ୍ରରେ ନିୟୋଜିତ କର୍ମଚାରୀମାନଙ୍କର ମଧ୍ୟ ଦରମା ବଢ଼ିବାରେ । କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ ସିନିୟର ସ୍ତରରେ କାର୍ଯ୍ୟ କରୁଥିବା ପ୍ରୋଫେସନାଲମାନେ ଚଳିତ ବର୍ଷ ସବୁଠାରୁ ଅଧିକ ଲାଭବାନ୍ ହେବାକୁ ଯାଉଛନ୍ତି ।

Get real time updates directly on you device, subscribe now.