ପାନ୍ କାର୍ଡ ହେଉଛି ଏକ ଜରୁରୀ ଦସ୍ତାବେଜ । ଯାହା ବ୍ୟାଙ୍କ କାରବାର ସହ ଅନେକ ସରକାରୀ କାମରେ ଦରକାର ପଡ଼ିଥାଏ ଏବଂ ଏହା ଏକ ଆଇଡି ପ୍ରୁଫ୍ ଭଳି ବ୍ୟବହାର ମଧ୍ୟ ହୋଇଥାଏ । ତେବେ ଯଦି ମହିଳାମାନେ ବିବାହ ଶେଷ ନାମ ଏବଂ ଠିକଣା ବଦଳାଇବାକୁ ଚାହୁଥାନ୍ତି ସମାନେ ଅତି ସହଜରେ ଅନଲାଇନରେ ଏହି କାମ କରିପାରିବେ । ମାତ୍ର ଅଳ୍ପକିଛି ଟଙ୍କାରେ ଘରେ ବସି ଆପଣ ଅନଲାଇନ ମାଧ୍ୟମରେ ଏହି କାମ କରିପାରିବେ ।
ଯଦି କେହି ପାନ କାର୍ଡ ରେ ନିଜର ଠିକଣା କିମ୍ବା ନାମ ପରିବର୍ତ୍ତନ କରିବାକୁ ଚାହୁଛନ୍ତି ତେବେ ତାଙ୍କୁ ପ୍ରଥମେ ଏକ ଫର୍ମ ଭରିବାକୁ ପଡ଼ିବ । ଫର୍ମକୁ ଅନଲାଇନ ପୂରଣ କରିବା ପରେ TIN-FC ସେଣ୍ଟର କିମ୍ବା NSDLୱେବସାଇଟ କୁ ଯାଇ ଦାଖଲ କରିପାରିବେ ।
୧ ପ୍ରଥମେ https://www.onlineservices.nsdl.com/paam/endUserRegisterContact.html ୱେବସାଇଟକୁ ଯାଆନ୍ତୁ ।
୨ ଏହାପରେ ଫର୍ମ ଫିଲଅପ୍ କରନ୍ତୁ
୩ ଏହାପରେ ପାନ୍ କାର୍ଡ ବଦଳାଇବାକୁ ଚାହୁଥିବା ତଥ୍ୟକୁ ସଂଶୋଧନ କରନ୍ତୁ
୪ ଏହାପରେ କିଛି ତଥ୍ୟକୁ ଭରନ୍ତୁ
୫ ଏହପରେ କ୍ୟାପଚା ଭରନ୍ତୁ ଏବଂ ସବମିଟ୍ କରନ୍ତୁ ।
ପାନ୍ କାର୍ଡରେ ନାମ ଏବଂ ଠିକଣା ବଦଳାଇବାକୁ ହେଲେ ୧୧୦ ଟଙ୍କା ଶୁଳ୍କ ଦେବାକୁ ହେବ । ପେମେଣ୍ଟ ସରିବା ପରେ ଏଥିରେ ନିଜର ଦୁଇଟି ସେଲ୍ଫ ଆଟେଷ୍ଟେଡ ଫୋଟୋ ସହ ଇନକମ ଟ୍ୟାକ୍ସ ପ୍ୟାନ୍ ସର୍ଭିସ୍ ଏନଏସଡିଏଲ ଠିକଣାରେ ପଠାଇବାକୁ ହେବ ।