fbpx

ସୁଡ଼ଙ୍ଗରେ ମୁଢି ଖାଇ କାଟିଲୁ ୧୦ ଦିନ: ଜାଣନ୍ତୁ କ’ଣ କହୁଛନ୍ତି ଟନେଲରେ ଫସିଥିବା ଓଡ଼ିଆ ଶ୍ରମିକ

Advertisement

ଭୁବନେଶ୍ୱର: ଦୀର୍ଘ ୧୭ ଦିନ ପର୍ଯ୍ୟନ୍ତ ସୁଡ଼ଙ୍ଗରେ ଫସିଥିବା ୪୧ ଜଣ ଶ୍ରମିକଙ୍କୁ ଗତକାଲି ରାତିରେ ଉଦ୍ଧାର କରାଯାଇଛି । ଏହାରି ମଧ୍ୟରେ ୫ଜଣ ଓଡ଼ିଆ ଶ୍ରମିକ ସାମିଲ ଥିଲେ । ଶ୍ରମିକମାନଙ୍କ ବାହାରକୁ ଆସିବା ନେଇ ପରିବାର ଲୋକଙ୍କ ମୁହଁରେ ଖୁସିର ଲହରୀ ଖେଳି ଯାଇଥିଲା । ତେବେ ଶ୍ରମିକମାନେ ସୁଡ଼ଙ୍ଗ ଭିତରେ ୧୭ ଦିନ କିପରି ବିତାଇଥିଲେ ଆସନ୍ତୁ ଜାଣିବା ।

ଓଡ଼ିଆ ଶ୍ରମିକ ଧୀରେନଙ୍କ କହିବା ଅନୁଯାୟୀ, ସେମାନେ ନଭେମ୍ବର ୧୧ ତାରିଖ ରାତି ୮ଟାରେ କାମକୁ ଯାଇଥିଲେ । ଦୀପାବଳୀ ଛୁଟି ପାଇଁ କାମ ସାରି ବାହାରିବା ବେଳକୁ ବାଟ ବନ୍ଦ ହୋଇଯାଇଥିଲା । ସେମାନେ ସୁଡ଼ଙ୍ଗ ଭିତରେ ୧୮ ଘଣ୍ଟା ପର୍ଯ୍ୟନ୍ତ ଅମ୍ଳଜାନ ପାଇପାରି ନଥିଲେ । ହାୱା ଏବଂ ପାଣି ପାଇଁ ଥିବା ପାଇପ ଖୋଲି ସେ ବାହାରକୁ ମେସେଜ ଦେଇଥିଲେ । ଭିତରେ ମଟର ଚଲାଇ ବାହାରକୁ ପାଣି ଛାଡ଼ିବାରୁ ସମସ୍ତେ ଜାଣିଲେ ଆମେ ଭିତରେ ଅଛୁ ।

ସେ ଆହୁରୀ କହିଛନ୍ତି ଯେ, ପ୍ରଥମେ ସେହି ପାଇପ ଦ୍ୱାରା ବାହାର ଲୋକଙ୍କ ସହ ଆମର ଯୋଗାଯୋଗ ହୋଇଥିଲା । ତେବେ ସେହି ପାଇପରେ ମୁଢି, କାଜୁ, କିସମିସ୍ ଆଦି ଆସି ପହଁଚିଥିଲା । ପ୍ରଥମ ୧୦ ଦିନ କେବଳ ମୁଢି ଖାଇ କାଟିଲୁ, ସବୁଠାରୁ ବଡ଼ କଥା ହେଉଛି, ସେଠାରେ ପାଣି ଏବଂ ଲାଇନ କଟିନଥିଲା । ତାପରେ ୬ ଇଞ୍ଚର ପାଇପ ପକାଇ ଭାତ, ରୁଟି, ଡାଲି ପଠାଯାଉଥିଲା । ସମସ୍ତେ ଏକାଠି ଥିବାରୁ ମନୋବଳ ଭାଙ୍ଗି ନଥିଲା ଏବଂ ଉଦ୍ଧାରର ଆଶା କରାଯାଉଥିଲା ।

Get real time updates directly on you device, subscribe now.